ଆଇଟିଆର୍ ଦାଖଲ ଅବଧି ବୃଦ୍ଧି କରିବାକୁ ମନା କଲା ଆୟକର ବିଭାଗ

ଆଇଟି ଦାଖଲ କରିବାର ଶେଷ ତାରିଖ ଆଗକୁ ବଢ଼ାଇବା ସପକ୍ଷରେ ନାହିଁ ଆୟକର ବିଭାଗ । ନିର୍ଦ୍ଧାରିତ ସମୟ ଭିତରେ ପ୍ରାୟ ୬୦ ହଜାର ଲୋକ ଆଇଟି ରିଟର୍ଣ୍ଣ ଦାଖଲ କରିପାରିନାହାନ୍ତି ।

ସେମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବାକୁ ବହୁ ପେଶାଦାର ଟିକସ ସେବା ସଂସ୍ଥା ପକ୍ଷରୁ ଆୟକର ବିଭାଗ ଉପରେ ଚାପ ପକାଯାଉଥିଲା ।

କିନ୍ତୁ ଆୟକର ବିଭାଗ ସଫା ସଫା କହିଦେଲା, ପ୍ରତିବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ଆୟକର ଅବା ଆୟକର ରିଟର୍ଣ୍ଣ ଦାଖଲ କରିବାକୁ କୁହାଯାଉଥିଲା ।

କିନ୍ତୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଇଟି ଓ ଆଇଟିଆର୍ ଦାଖଲ କରିବାର ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅନ୍ତିମ ତାରିଖକୁ ଆଉ ବୃଦ୍ଧି କରିବା ସମ୍ଭବ ନୁହେଁ ।

ସୂଚନା ମୁତାବକ, ୨୦୨୪ ମସିହା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରାୟ ୭ କୋଟି ୬୦ ଲକ୍ଷ ଲୋକ ଆଇଟିଆର ଦାଖଲ କରିଥିଲେ ।

ଚଳିତ ସେପ୍ଟେମ୍ବର ୧୫ ମଧ୍ୟାହ୍ନ ୧୨ ଘଟିକା ସୁଦ୍ଧା ୬ କୋଟି ୭୦ ଲକ୍ଷ ଲୋକ ଆଇଟିଆର ଦାଖଲ କରିଛନ୍ତି । ପ୍ରାୟ ୯୦ ଲକ୍ଷ ଲୋକ ଆଇଟିଆର ଦାଖଲ କରିନାହାନ୍ତି ।

ଅଣ-ଅଡିଟ୍ ଟିକସଦାତାଙ୍କ ପାଇଁ ସେପ୍ଟେମ୍ବର ୧୫ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ଅଡିଟ୍ ଯୁକ୍ତ ଟିକସଦାତାଙ୍କ ପାଇଁ ଅକ୍ଟୋବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି ।