ଇତିହାସ ରହିଲେ ଏଲନ ମସ୍କ

ଟେସଲାର ସିଇଓ ଏଲୋନ ମସ୍କ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ସମ୍ପତ୍ତି ମୂଲ୍ୟ $500 ବିଲିୟନ। ମସ୍କଙ୍କ ସମ୍ପତ୍ତି ବୃଦ୍ଧି ମୁଖ୍ୟତଃ ଚଳିତ ବର୍ଷ ଟେସଲାର ଷ୍ଟକ୍ ମୂଲ୍ୟରେ ବୃଦ୍ଧି ଏବଂ ତାଙ୍କର ଅନ୍ୟ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକର ମୂଲ୍ୟାଙ୍କନ ଦ୍ୱାରା ପ୍ରଭାବିତ।

 

ଫୋବର୍ସ ବିଲିୟନେୟାର ତାଲିକା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମସ୍କଙ୍କ ସମ୍ପତ୍ତି $500 ବିଲିୟନ ଅତିକ୍ରମ କରିଛି। ସେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଗୋଟିଏ ବର୍ଷ ପୂର୍ବରୁ, ତାଙ୍କ ସମ୍ପତ୍ତି $400 ବିଲିୟନ ଅତିକ୍ରମ କରିଥିଲା।