ଏହି ଗୁମ୍ଫାରେ ଶୋଇଛି ରାବଣ

ମରିନି ଲଙ୍କାଧିପତି ରାବଣ

ଏବେବି ବଂଚିଛି ଦଶାନାନ

ଏଇ ଜାଗାରେ ରଖାଯାଇଛି ତା ଶରୀର

 

ବ୍ରହ୍ମାଣ୍ଡର ଶ୍ରେଷ୍ଠ ବ୍ରାହ୍ମଣ ରାବଣ । ମହାନ ପ୍ରତାପୀ ସେ । ତ୍ରେତୟା ଯୁଗରେ ତାର ବଦ୍ଧ କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ହେଲେ ବଂଚିଛି ରାବଣ । ଏବେବି ଧକ୍ ଧକ୍ କରୁଛି ତା ହୃତପିଣ୍ଡ ।  ଏପରିକି ଏବେ ବି ଅଛି ରାବଣର ମୃତଦେହ । ତାକୁ ଲୁଚାଇ ରଖିଛନ୍ତି ରାକ୍ଷସ । ସେ ପୁଣି ବଞ୍ଚିବ ବୋଲି ରହିଛି କଥା । ବଦ୍ଧ ହେଲା ପରେ ରାବଣର ମୃତଦେହକୁ ନଷ୍ଟ କରି ନଥିଲେ ରାବଣର କିଛି ବିଶ୍ବସ୍ତ ରାକ୍ଷସ । ବରଂ ନେଇ ଯାଇଥିଲେ । ଯାହା ବୋଧହୁଏ ଆପଣ ଜାଣିନଥିବେ ।

 

ସରିଥିଲା ରାମାୟଣ । ଦଶାନନକୁ ମୃତ୍ୟୁଦଣ୍ଡ ଦେଇଥିଲେ ପ୍ରଭୁ ଶ୍ରୀରାମ ।  ରାବଣର ନାଭିକୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ ଶ୍ରୀରମ । ଆଉ ମାୟାବି ଯୁଦ୍ଧ କରୁଥିବା ରାବଣ ତଳେ ପଡି ଯାଇଥିଲା । ଛାଡି ଯାଇଥିଲା ତା ପ୍ରାଣ । ଜୟ ଶ୍ରୀରାମ କହି ତ୍ୟାଗ କରିଥିଲା ଶେଷ ନିଶ୍ୱାସ । ବିଭୀଷଣଙ୍କୁ ଦିଆ ଯାଇଥିଲା ରାବଣର ଶେଷ କ୍ରିୟା ଦାୟିତ୍ୱ । ହେଲେ ମର ଶରୀରକୁ ଛାଡି ଚାଲିଯାଇଥିଲେ ବିଭୀଷଣ।  ତେବେ ତା ମୃତଦେହକୁ ପୋଡି ନଥିଲେ ରାକ୍ଷସ କୁଳ । ଲୁଚାଇ ଦେଇଥିଲେ ସେମାନେ ।

 

ଶ୍ରୀଲଙ୍କା ପ୍ରତ୍ନତତ୍ତ୍ୱ ବିଭାଗର କହିବାନୁସାରେ, ରେଗାଲା ଜଙ୍ଗଲରେ ଅଛି ରାବଣର ମର ଶରୀର । ଏନେଇ ମିଳିଛି ଅନେକ ପ୍ରମାଣ । ରେଗାଲ ଜଙ୍ଗଲରେ ଥିବା ବିରାଟ ପାହାଡ଼ ବଢ଼ାଇଛି ସନ୍ଦେହ । ଏପରିକି ରାବଣର ପୁଷ୍ପକ ବିମାନ ମଧ୍ୟ ଏଟାରେ ରହିଛି । କିଛି ଜଣ କୁହନ୍ତି ଏହି ଗୁମ୍ଫା ଭିତରେ ଦଶାନନର ମୃତଦେହ ଅଛି । ଯାହା ଖୁବ୍ ବିରାଟକାୟ । ଏହାସହ ରାବଣର ଅଳଙ୍କାରକୁ ଏଠାରେ ପୋତି ଦେଇଛନ୍ତି ରାକ୍ଷସ । ଆହୁରି ବହୁମୂଲ୍ୟ ସମ୍ପତି ରହିଛି ଗୁମ୍ଫା ଭିତରେ । ଯାହାର ଅନେକ ପ୍ରମାଣ ପାଇଛନ୍ତି ଶ୍ରୀଲଙ୍କା ସରକାର ।

 

ଆହୁରି ମଧ୍ୟ ଦାବି ହୁଏ ଯେ, ଏକ ବଡ଼ ସିନ୍ଦୁକ ଭିତରେ ଅଛି ରାବଣର ମୃତଦେହ । ଯେଉଁଥିରେ ଭରି ହୋଇ ରହିଛି ହୀରା, ଲୀଳା ଆଉ ରତ୍ନ । ଆଉ ଏହାକୁ ଜଗି ରହିଛନ୍ତି ବିଷାକ୍ତ ସାପ ସହ ଅନେକ ଭୟଙ୍କର ପ୍ରାଣୀ । ଅନେକ ଅଜଣା ଜନ୍ତୁ ମଧ୍ୟ ସିନ୍ଦୂକକୁ ଜଗିଛନ୍ତି । ଏହାରି ପାଖକୁ ଗଲେ ବିକଟାଳ ଶବ୍ଦ ଶୁଭୁଛି । ଆଉ ଭଲରେ କାନ ଦେଲେ କେହି ଜଣେ ନିଶ୍ୱାସ ନେଉଥିବା ଶବ୍ଦ ଶୁଣିବାକୁ ମିଳୁଛି ।

 

ସମୁଦ୍ର ପତ୍ତନଠୁ ଆଠ ହଜାର ଫୁଟ ଉଚ୍ଚରେ ରହିଛି ଏହି ଗୁମ୍ଫା । ରାବଣ ପୁଣି ବଞ୍ଚିବ ବୋଲି ଏବେବି ମାନୁଛନ୍ତି ଶ୍ରୀଲଙ୍କାର କିଛି ଲୋକ। ଯାହା ସେଠାକାର ଶାସ୍ତ୍ରରେ ଉଲ୍ଲେଖ ହୋଇଛି । ତେବେ ଦର୍ଶକବନ୍ଧୁ କଳିଯୁଗରେ ରାବଣ ବଂଚିଲେ ଆହୁରି ଭୟଙ୍କର କଥା ହୋଇପାରେ । ରାବଣ ତାର ପୁରୁଣା ପ୍ରତିଶୋଧ ନିଶ୍ଚୟ ନେବ । ଲୋକଙ୍କୁ ହଇରାଣ କରିବ । ଆହୁରି ପୃଥିବୀରେ ବଢିବ ଅତ୍ୟାଚାର । ଯଦି ଦାବି ସତ ପ୍ରମାଣିତ ହୁଏ ତାହାଲେ ପୁଣି ଭଗବାନ ନେଇପାରନ୍ତି ଆଉ ଏକ ଅବତାର। କରିପାରନ୍ତି ରାବଣର ଆଉଥରେ ସଂହାର ।