କଂଗ୍ରେସର ମୁଖା ଖୋଲିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣମାନେ ଭଲଭାବରେ ଜାଣନ୍ତି, ପୂର୍ବରୁ ସ୍ଥିତି କ’ଣ ଥିଲା ? କଂଗ୍ରେସ ଆପଣଙ୍କୁ ଲୁଟିବାର କୌଣସି ସୁଯୋଗ ଛାଡ଼ୁ ନଥିଲା । ୨୦୧୪ରେ ଆପଣମାନେ ଯେବେ ସେବାର ସୁଯୋଗ ଦେଲେ, ଆମେ ଦେଶକୁ କଂଗ୍ରେସର ଲୁଟ୍ତନ୍ତ୍ରରୁ ବାହାର କରିଥିଲୁ ।”
ପ୍ରଧାନମନ୍ତ୍ରୀ କହିଛନ୍ତି, “୨୨ ସେପ୍ଟେମ୍ବରରୁ ଦେଶରେ ଓଡ଼ିଶାରେ GSTର ନୂଆ ସ୍ଲାବ ଲାଗୁ ହୋଇଛି । ଏହାଦ୍ଵାରା ସମସ୍ତ ସାମଗ୍ରୀର ଦର କମିଛି, ରୋଷେଇ ଘରେ ଗୃହିଣୀଙ୍କ ଖର୍ଚ୍ଚ କମିଛି ।
କଂଗ୍ରେସ ସରକାର ସମୟରେ ୨୦୧୪ ପୂର୍ବରୁ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ୨୦ରୁ ୨୫ ହଜାର ଟଙ୍କା ଟିକସ ଦେବାକୁ ପଡ଼ୁଥିଲା । ୨୦୧୭ରେ ବିଜେପି ସରକାର GST ଆଣିଥିଲା, ଆଉ ଟିକସ କମିଥିଲା । ଏବେ ପୁଣି ଥରେ GST ସୁଧାର ଦ୍ଵାରା ଲକ୍ଷେ ଟଙ୍କା ଘର ଖର୍ଚ୍ଚରେ ବାର୍ଷିକ ୫ରୁ ୬ ହଜାର ଦେବାକୁ ପଡ଼ିବ । କଂଗ୍ରେସ ରାଜ ତୁଳନାରେ ଏବେ ଭାରତର ସବୁ ପରିବାର ୨୦ ହଜାର ଟଙ୍କା ସଞ୍ଚୟ କରିବେ ।”