ଖୁବ୍ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ
ଜେପି ନଡାଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ବଢ଼ିଲା ଚର୍ଚ୍ଚା
ଏହି ସବୁ ଜିଲ୍ଲାକୁ ମିଳିପାରେ ନୂଆ ମନ୍ତ୍ରୀ ପଦ
ରାଜ୍ୟରେ ଆରମ୍ଭ ହୋଇ ସାରିଲାଣି ମନ୍ତ୍ରୀମଣ୍ଡଳ ସଂପ୍ରସରଣ ଚର୍ଚ୍ଚା । ଅନେକ ଦିନ ଧରି ଜାରି ରହିଥିବା ଏହି ଚର୍ଚ୍ଚା ଏବେ ଆଗକୁ ବଢ଼ିଛି । କାରଣ ବିଜେପି ଜାତୀୟ ସଭାପତି ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ରାଜ୍ୟରେ ଆରମ୍ଭ ହୋଇଛି କ୍ୟାବିନେଟ୍ ଅଦଳ ବଦଳ ଚର୍ଚ୍ଚା ।
ତେବେ ଗତ ଦୁଇ ମାସ ତଳେ ରାଜ୍ୟ ବିଜେପିକୁ ମିଳିଥିଲା ନୁହା ମୁଖିଆ । ମନମୋହନ ସାମଲ ପୁଣି ଧରିଥିଲେ ବିଜେପି ମଙ୍ଗ । ସେ ମଙ୍ଗ ଧରିବା ପରେ ଖୁବ୍ ଶୀଘ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବ ବୋଲି ଆଲୋଚନା ହେଲା । କିନ୍ତୁ ପରେ ଏହି ଚର୍ଚ୍ଚାରେ ପଡ଼ିଥିଲା ପୂର୍ଣ୍ଣଛେଦ । ଏବେ କିନ୍ତୁ ଏହି ଚର୍ଚ୍ଚା ଆଗକୁ ବଢିଛି । ମୋହନ ଓ ନଡ଼ା ଭେଟଘାଟ ପରେ ଏନେଇ ପାୱାର କରିଡରେ ଜୋର୍ ଧରୁଛି ରାଜନୀତି । ଦେଖିବାକୁ ଗଲେ 6 ମନ୍ତ୍ରୀ ପଦ ଖାଲିଥିବା ବେଳେ ବିଜେପିର ମୁଖିଆ ମାନେ ସେନେଇ ଅଙ୍କ କଷୁଥିବା ସୂଚନା ମିଳୁଛି। ହେଲେ କିଏ ହେବେ ମନ୍ତ୍ରୀ? କେଉଁ ଜିଲ୍ଲାକୁ ମିଳିବ ପ୍ରାଧାନ୍ୟ ସେନେଇ ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ଚିତ୍ର।
ସେପଟେ ଏହାକୁ ନେଇ ବିଧିବଧ ଭାବେ କେହି ମୁହଁ ଖୋଲୁ ନ ଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଶୀର୍ଷ ସ୍ତରରେ ବାରମ୍ବାର ଆଲୋଚନା ହୋଇଛି। କେନ୍ଦ୍ର ନେତା ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଫିଡବ୍ୟାକ ନେଇଛନ୍ତି । ଏପରିକି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପିର କେନ୍ଦ୍ରୀୟ ନେତାଙ୍କ ମଧ୍ୟରେ ଆଲୋଚନା ସାରିଥିବା କେହି କେହି କହୁଛନ୍ତି।
ସେପଟେ ଯଦି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୁଏ ବିଭିନ୍ନ ସମୀକରଣକୁ ଆଧାର କରି ନିଷ୍ପତ୍ତି ନେଇ ପାରେ ଦଳ। ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ସମୟର ଆଦିବାସୀ, ମହିଳା ଏବଂ ପଶ୍ଚିମ ଓଡ଼ିଶା କାର୍ଡ ଖେଳିଥିଲେ ବିଜେପି । ଏବେ ବିଜେପି ସରକାରକୁ ନଜର ପକାଇଲେ ତାହାହେଲେ ସ୍ପଷ୍ଟ ଭାବେ ଜଣା ପଡ଼ିଯିବ କିଭଳି ରାଜନୈତିକ ସମୀକରଣ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଶାଇ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ 15 ଜଣ ସଦସ୍ୟ ଅଛନ୍ତି।
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଲେ ଆଉ 6 ଜଣ ସାମିଲ ହେବେ। ଗଞ୍ଜାମରୁ ସର୍ବାଧିକ ବିଜେପି ବିଧାୟକ ଥିବା ଯୋଗୁଁ ଆଗକୁ ହୁଏତ ଏହି ଜିଲ୍ଲାରୁ ଆଉ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ହେଉଛି ଚର୍ଚ୍ଚା।ସେହିପରି କୋରାପୁଟରେ କଂଗ୍ରେସକୁ ଚେକ୍ ଦେବା ପାଇଁ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ।
ସେପଟେ ଖୋର୍ଦ୍ଧା ନଚେତ ପୁରୀ ଜିଲ୍ଲାରୁ କାହାକୁ ବି ମିଳିପାରେ ମନ୍ତ୍ରୀ ପଦ। ଯେହେତୁ ମନ୍ତ୍ରିମଣ୍ଡଳରେ ଖୋର୍ଦ୍ଧା ଜିଲ୍ଲାରୁ କେହିନାହାନ୍ତି ତେଣୁ ସଂଗଠନ ଏବଂ ସରକାର ଭିତରେ ବାଲାନସ୍ ପାଇଁ ମାଷ୍ଟର ଷ୍ଟ୍ରୋକ ଖେଳିପାରେ ବିଜେପି । ଅନ୍ୟ ଦିଗରେ କ୍ୟାାବିନେଟରେ ପାଇଁ ପଶ୍ଚିମ ଓଡ଼ିଶା ମଧ୍ୟ ଗୋଟିଏ ବଡ ଫ୍ୟାକ୍ଟର ହୋଇରହିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ସେ ଦିଗ ଉପରେ ମଧ୍ୟ ଦଳର ନଜର ରହିବ ।
ବାଲେଶ୍ଵର ଜିଲ୍ଲାରେ ଖାଲି ରହିଛି ମନ୍ତ୍ରୀ ପଦ । ଏହି ଜିଲ୍ଲାରୁ ବିଜେପି ଜଣଙ୍କୁ ଦେଇପାରେ ମନ୍ତ୍ରୀ ପଦ। ଯାହା ଦ୍ଵାରା ସବୁ ଜିଲ୍ଲାରେ ସେ ରଖିପାରିବ ବଲାନ୍ସ । ଏପରିକି ବିରୋଧୀଙ୍କୁ ମଧ୍ୟ ଦେଇପାରିବ କଡା ଟକ୍କର।