ଚଳିିତ ବର୍ଷ ଦୁର୍ଗାପୂଜା ଭସାଣ ଶୋଭାଯାତ୍ରାରେ ଡିଜେ ବାଦ୍ୟକୁ ବାରଣ କରିଛନ୍ତି ରାଜ୍ୟ ସରକାର । ସୋମବାର ଦିନ ପୁଲିସ ସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ବାପଅଜା ଗୋସାଇଁ ବାପ ଅମଳରୁ ବାଜି ଆସୁଥିବା ପାରମ୍ପରିକ ବାଦନକୁ ବାରଣ କରାଯାଇନି । ଭସାଣରେ ଲେଜର ଲାଇଟ୍ ବ୍ୟବହାର କରାଯିବନି । ଆପଣମାନେ ରୋଷଣି କରିପାରିବେ, ମାତ୍ର ବାଣ ଫୁଟାଇବା ମନା ।
ବୈଠକରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ଭୁବନେଶ୍ୱରରେ ରହିଥିବା ବହୁ ପୂଜା କମିଟିର ବରିଷ୍ଠ ସଭ୍ୟମାନେ ଯୋଗଦାନ କରିଥିଲେ ।
ପୁଲିସ ପ୍ରଶାସନ ନିଷ୍ପତିଟା ପୂଜା କମିଟିର କାମକୁ ହାଲୁକା କରିଦେଇଚି । ତା’ ସହିତ ରାଜଧାନୀ ବାସିନ୍ଦାଙ୍କୁ କାନଫଟା ଡିଜେ ବାଜା ଦାଉରୁ ରକ୍ଷା କରିଛି ।
ଅତୀତରେ ବହୁ ପୂଜା ମଣ୍ଡପରେ ଉଚ୍ଚାଙ୍ଗ ଗୀତ ତାଳରେ ଉତୁପାତିଆ ଯୁବକଙ୍କ ବେକାବୁ କାରନାମା ଦେଖିବାକୁ ମିଳୁଥିଲା । ଚଳିତ ବର୍ଷ ସେସବୁ ଦେଖିବାକୁ ନମିଳିଲେ ଭଲ ।
ଛାତିଥରା ଡିଜେ ବାଜା ପ୍ରଭାବରେ କିଛି ଲୋକ କାଲ ହୋଇଯାଇଥିବାର ନଜିର ଦେଖିବାକୁ ମିଳିଥିଲା । କିଛି ମହିଳା କୋଳରେ ଟିକିଛୁଆଟିକୁ ଧରି ଭସାଣ ଦେଖିବାକୁ ଆସିଥାନ୍ତି ।
କୋଳରେ ଥିବା ଶିଶୁଟି ପାଇଁ ଡିଜେ ବାଜା ଆଦୌ ଭଲ ନୁହେଁ ।