ଜମ୍ମୁ-କାଶ୍ମୀରରେ ପାକିସ୍ତାନୀ ସେନାର ବର୍ବରତା ଦେଖିବାକୁ ମିଳୁଛି। ପାକିସ୍ତାନ ସରକାର ବିରୋଧରେ ଲଗାତାର ତୃତୀୟ ଦିନରେ ହିଂସାତ୍ମକ ପ୍ରଦର୍ଶନରେ ବୁଧବାର ଆଠ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବାଗ ଜିଲ୍ଲାର ଧୀରକୋଟରେ ଚାରି ଜଣ, ମୁଜାଫରାବାଦରେ ଦୁଇଜଣ ଏବଂ ମିରପୁରରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ମୁଜାଫରାବାଦରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।