ଜିଏସଟି ଅଧିନକୁ ଡିଜେଲ ଓ ପେଟ୍ରୋଲ ନଯିବାର ରହସ୍ୟ ଖୋଲିଲେ ସୀତାରମଣ
ଜିଏସଟି ତାଲିକାରୁ ପେଟ୍ରୋଲ ଓ ଡିଜେଲ ବାଦ ପଡ଼ିବା ପଛରେ ରାଜ୍ୟ ସରକାରଙ୍କ ଅନିଚ୍ଛାକୁ ଦାୟୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କେନ୍ଦ୍ର ସରକାର ଜାଣିଶୁଣି ପେଟ୍ରୋଲ ଓ ଡିଜେଲକୁ ଜିଏସ୍ ଟି ତାଲିକାଭୁକ୍ତ କରିନାହାନ୍ତି । ଆଇନ ଦୃଷ୍ଟିରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ତାଲିକାଭୁକ୍ତ କରିପାରିବେ ।
କିନ୍ତୁ ସେପରି କରିବା ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ହରାଇ ପାରନ୍ତି । ଏବେ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ଅସୁଲ କରୁଥିବା ବେଳେ ରାଜ୍ୟ ସରକାର ଭାଟ୍ ଆଦାୟ କରୁଛନ୍ତି ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟା ଅଙ୍କ ରୋଜଗାର କରୁଛନ୍ତି ।
ସବୁ ରାଜ୍ୟ ସରକାର ଏକଜୁଟ ହୋଇ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ ଟି ତାଲିକାଭୁକ୍ତ କରିବାକୁ ପରାମର୍ଶ ଦେଲେ, କେନ୍ଦ୍ର ସରକାର ଅବଶ୍ୟ ତାହା ପାଳନ କରିବେ ।
ମୋଟ କଥା ହେଲା, ନିକଟ ଅତୀତରେ ପେଟ୍ରୋଲ ଓ ଡିଜେଲ ଜିଏସ୍ ଟି ଅଧିନକୁ ଯିବାର ନାହିଁ ।