ଜିରୋ ନାଇଟ୍: ରାତିସାରା ଚାଲିବ ପାଟ୍ରୋଲିଂ, ବ୍ଲକିଂ, ଚେକିଂ By Abhilas On Dec 30, 2025 0 ଭୁବନେଶ୍ୱର: ଜିରୋ ନାଇଟ୍ ପାଇଁ କମିଶନ୍ରେଟ୍ ପୁଲିସର ନିର୍ଦ୍ଦେଶ। ରାସ୍ତାକଡରେ ସେଲିବ୍ରେସନ୍ ମନା। ସେଲିବ୍ରେସନ୍ ଜାଗା ଚିହ୍ନଟ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଭେଂଟ୍ ପାଇଁ ଅନୁମତି ମିଳିଛି କି ନାହିଁ ତଦାରଖ କରିବାକୁ କୁହାଯାଇଛି। ରାତିରେ ନିରନ୍ତର ପାଟ୍ରୋଲିଂ, ବ୍ଲକିଂ ଚେକିଂ ପାଇଁ କୁହାଯାଇଛି। ସେଲିବ୍ରେସନ୍ ସ୍ଥାନ ଗୁଡିକରେ ସଜାଗ ରହିବାକୁ କୁହାଯାଇଛି। ଜିରୋ ନାଇଟ୍ରେ ଟ୍ୱିନ୍ ସିଟିରେ କୌଣସି ଅଘଟଣକୁ ଏଡାଇବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ସେଲିବ୍ରେସନ୍ ପାଇଁ ସହରରେ ମୋଟ ୨୮ଟି ଇଭେଂଟ୍ ପାଇଁ ଅନୁମତି ଦେଇଛି ପୁଲିସ। ସେଥିରୁ ଖେଳପଡିଆ କିମ୍ବା ବାହାର ଜାଗାରେ ୧୧ଟି ଇଭେଂଟ୍ କରାଯିବ। ବାକି ୧୭ଟି ଇଭେଂଟ୍ ହୋଟେଲ ଓ କନ୍ଭେନ୍ସନ୍ରେ ଚାଲିବ। ଏସବୁ ଇଭେଂଟ୍ରେ ଆଇନଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ଥାନା ପକ୍ଷରୁ ପୁଲିସ ସୁରକ୍ଷା ଯୋଗାଇଦେବ। ରାତି ସାଢେ ୧୨ଟା ଯାଏଁ ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲିବ। ତା’ ପରେ ପାଟ୍ରୋଲିଂ ଭ୍ୟାନ୍ ପଇଁତରା ମାରି ସମସ୍ତ ଇଭେଂଟ୍କୁ ବନ୍ଦ କରିବ। ଅନ୍ୟାନ୍ୟ କ୍ଲବ, ପବ୍ରେ ସ୍ୱତନ୍ତ୍ର ଆୟୋଜନକୁ ମଧ୍ୟ ନଜରରେ ରଖିଛି ପୁଲିସ। ସେଲିବ୍ରେସନ ଆଳରେ ମାତାଲ୍ ହୋଇ କେହି ଉତ୍ପାତ କଲେ, ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। Continue Reading 0 Share