ଜୁମଲା ନହେଉ ଉତ୍ତରାଖଣ୍ଡକୁ କେନ୍ଦ୍ର ସରକାରଙ୍କ ବନ୍ୟା ସହାୟତା ୧୨୦୦ କୋଟି

ଜୁମଲା ଭଳି ହାଲୁକା ଶବ୍ଦକୁ ଓଜନିଆ କରିଛି ବିଜେପି ମେଂଟ । ଦେଶର ବିକାଶକୁ ଘାଂଟି ପକାଇଛି ବନ୍ୟା ଓ ବର୍ଷା । ମୌସୁମୀ ବର୍ଷାରେ ସାରା ଭାରତ ଜଳମୟ ହୋଇଛି । ହଜାର ହଜାର ଚାଷଜମି ପାଣିରେ ବୁଡ଼ି ଯିବାରୁ ଫସଲ ନଷ୍ଟ ହୋଇଛି ।

ହଜାର ହଜାର ଲୋକ ବାସବେଉସା ହରାଇ ସରକାରଙ୍କ ହାତଟେକାକୁ ଅନାଇଛନ୍ତି ।

ସେହି କ୍ରମରେ ଗୁରୁବାର ଦିନ ଉତ୍ତରାଖଣ୍ଡ ରାଜ୍ୟର ବନ୍ୟା ଓ ବର୍ଷା ବିପନ୍ନଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ।

ଗୁରୁବାର ଦିନ ଘୋଷିତ ଆର୍ଥିକ ସହାୟତା ଉତ୍ତରାଖଣ୍ଡରେ ପହଂଚିଲା ବେଳକୁ କେତେ ଦିନ ଲାଗିବ, ତାହା ଡବଲ ଇଂଜିନ ସରକାର କହିପାରିବେ ।

ବନ୍ୟା ଦାଉରେ ଜୀବନ ହରାଇଥିବା ଲୋକଙ୍କ ପିଛା ୨ ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୫୦ ହଜାର ଟଙ୍କାର ଅନୁକଂପା ରାଶି ଯୋଗାଇ ଦିଆଯିବ ବୋଲି ପି ଏମ୍ ଓ ସୂତ୍ରରୁ ଜଣାଯାଇଛି ।

ବନ୍ୟା ଓ ଭୂସ୍ଖଳନ କାରଣରୁ ବାପା ମା’ଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ପି ଏମ୍ କେୟାର ଫର୍ ଚିଲଡ୍ରେନ୍ ଯୋଜନାରେ ଥଇଥାନ କରାଯିବ ।