ଟି-୨୦ ଦୁନିଆରେ ୧୬୫ ୱିକେଟ୍ ବଳରେ ଇତିହାସ ରଚିଲେ ରସିଦ ଖାନ

କ୍ରିକେଟ୍ ଦୁନିଆର ଟି-୨୦ ଫର୍ମାଟ୍ ଏବେ ରସିଦ ଖାନଙ୍କ ଗୁଣଗାନ କରିଛି । ସୋମବାର ଦିନ ଶାରଜାହରେ ଚାଲିଥିବା ଟ୍ରାଇ-ସିରିଜ ମୁକାବିଲାର ଏକ ଇଭେଂଟରେ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ୩୮ ରନ୍ ବ୍ୟବଧାନରେ ପରାସ୍ତ କରିଛି ଆଫଗାନିସ୍ତାନ ।

ଟି-୨୦ ଦୁନିଆରେ ସର୍ବାଧିକ ୱିକେଟ୍ ହାସଲ କରିଛନ୍ତି ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ । ବାମହାତୀ ସ୍ପିନର ରଶିଦ ଖାନ ୨୧ ରନ୍ ବିନିମୟରେ ତିନୋଟି ୱିକେଟ୍ ହାସଲ କରିଛନ୍ତି ।

ଟି-୨୦ ଫର୍ମାଟ୍ ରେ ରଶିଦ ସୋମବାର ସୁଦ୍ଧା ୧୬୫ଟି ୱିକେଟ୍ ହାସଲ କରିଛନ୍ତି ।

ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍ ସାଉଥି ୧୬୪ଟି ୱିକେଟ୍ ବଳରେ ଟପ୍ ପୋଜିସନ୍ ରେ ଥିଲେ ।

ସୋମବାର ଦିନ ଆଫଗାନିସ୍ତାନ ୪ ୱିକେଟ୍ ବିନିମୟରେ ୧୮୮ ରନ୍ କରିଥିଲା । ଜବାବରେ ୟୁନାଇଟେଡ୍ ଆରବ ଏମିରେଟ୍ସ ୮ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା ।

ରବିବାର ଦିନ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ କାରଣରୁ ପ୍ରାୟ ୮୦୦ ଲୋକ ପ୍ରାଣ ହରାଇଥିଲେ, ଏକ ହଜାରରୁ ଅଧିକ ଲୋକ ଖଣ୍ଡିଆ ଖାବରା ହୋଇଛନ୍ତି ।

ଭୂକମ୍ପ ମୃତାହତଙ୍କ ଉଦ୍ଦେଶ୍ୟରେ ଉଭୟ ଟିମ୍ ଏକ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ଓ ବାହୁରେ କଳାବ୍ୟାଜ୍ ପିନ୍ଧିଥିଲେ ।