ଦେଖନ୍ତୁ ଭଗବାନ ଶିବ ଓ ପାର୍ବତୀଙ୍କ ଲୀଳାକ୍ଷେତ୍ର କୈଳାସ ପର୍ବତର ମନଲୋଭା ଚେହେରା

କୈଳାସ ପର୍ବତ ହେଉଛି ଭଗବାନ ଶିବ ଓ ପାର୍ବତୀଙ୍କ ଲୀଳାକ୍ଷେତ୍ର । ପର୍ବତାରୋହୀଙ୍କ ପାଇଁ କୈଳାସ ପର୍ବତ ଆଜି ମଧ୍ୟ ଏକ ରହସ୍ୟ ।

କୁହାଯାଏ, କୈଳାସ ପର୍ବତ ଚଢ଼ିବା ମାତ୍ରେ ତାହା ଛାତିର ସ୍ପନ୍ଦନ ଭଳି ଥରିଉଠେ । ଭୟଭୀତ ହୋଇ ତଳକୁ ପଳାଇ ଆସନ୍ତି ପର୍ବତ ଆରୋହଣକାରୀ ।

ମାନସରୋବର ହ୍ରଦ ନିକଟରେ ଅବସ୍ଥିତ କୈଳାସ ପର୍ବତର ମନଲୋଭା ଦୃଶ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେନା । ସୁଉଚ୍ଚ କୈଳାସ ପର୍ବତର ଶିଖର ଦେଶକୁ ଆଚ୍ଛାଦିତ କରିଥିବା ସ୍ଫଟିକ ବରଫ ଉପରେ ପୂର୍ଣ୍ଣମୀ ରାତିର ଚନ୍ଦ୍ର କିରଣ ପଡ଼ିବା ପରେ ତାହା ପ୍ରକୃତିପ୍ରେମୀଙ୍କ ମନକୁ ଛୁଇଁଯାଏ ।

ଉଠା ଯାଇଥିବା ଫଟୋଟି କୈଳାସ ପର୍ବତର ଦକ୍ଷିଣ ପାଶ୍ୱର୍ । ମାନସରୋବର ହ୍ରଦର ଜଳରାଶି ସତେ ଯେପରି ଶିହରି ଉଠୁଛି ପୂର୍ଣ୍ଣମୀ ରାତିର ଅପରୂପା କୈଳାସ ପର୍ବତର ପ୍ରତିଚ୍ଛବିଟିକୁ କୋଳରେ ପାଇ ।

ଜନମାନବଶୂନ୍ୟ କୈଳାସ ପର୍ବତ ପାଦଦେଶକୁ ଯିବା ଆଦୌ ସହଜ ନୁହେଁ । ମାନସରୋବର ନିକଟକୁ ଯିବା କଷ୍ଟକର ।

କୈଳାସ ପର୍ବତକୁ ଦୂରରୁ ଦେଖି ହିନ୍ଦୁଧର୍ମର ଲୋକମାନେ ହାତଯୋଡ଼ି ପ୍ରଣାମ କରନ୍ତି, ‘ହେ ପ୍ରଭୁ କୈଳାସପତି, ଆମ ଉପରେ ସଦା ଦୟା ରଖିଥିବ ।’