ଦେହକୁ ହିତ ପଦ୍ମଫୁଲ ମଞ୍ଜି, ମାତ୍ର ଏହି ଲୋକଙ୍କ ପାଇଁ ଅହିତ

ଦେହକୁ ହିତ ପଦ୍ମଫୁଲ ମଞ୍ଜି । କଥାଟି ନିରାଟ ସତ । ପଦ୍ମଫୁଲ ମଂଜିରେ ଥିବା ପୋଷକ ଓ ତନ୍ତୁ ଆମ ଶରୀରକୁ ବହୁ ଜଟିଳ ବେମାରରୁ ରକ୍ଷା କରିଥାଏ ।

ରକ୍ତରେ କୋଲେଷ୍ଟରଲ ମାତ୍ରା କମାଏ । ପଦ୍ମଫୁଲ ମଂଜିକୁ ସୁପର ଫୁଡ୍ ତାଲିକାରେ ଗଣାଯାଏ । ଉପାସ ଓ ବ୍ରତଧାରୀଙ୍କ ପାଇଁ ପଦ୍ମଫୁଲ ମଂଜିରେ ତିଆରି ପ୍ରତ୍ୟେକ ବ୍ୟଞ୍ଜନ ଔଷଧି ଭଳି କାମ କରିଥାଏ ।

କିନ୍ତୁ ସବୁ ଲୋକଙ୍କ ପାଇଁ ପଦ୍ମଫୁଲ ମଂଜି ସେବନ ସୁହାଇ ନଥାଏ ।

କୋଉମାନେ ପଦ୍ମଫୁଲ ମଂଜିକୁ ଖାଦ୍ୟ ରୂପେ ଗ୍ରହଣ କରିପାରିବେନି, ସେ ସଂପର୍କରେ ଜଣାଉଛୁ ।

କିଡ୍ନୀ ଜନିତ ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ପଦ୍ମଫୁଲ ମଂଜି ସେବନ ମାରାତ୍ମକ । କିଡ୍ନୀ ପଥୁରି ତିଆରି କରିବାରେ ପଦ୍ମଫୁଲ ମଂଜି ଦକ୍ଷ । ବାତ ପିତ୍ତ କଫ ଦେହୀଙ୍କ ପାଇଁ ପଦ୍ମଫୁଲ ତରକାରୀ ବିଷତୁଲ୍ୟ ।

ପଦ୍ମଫୁଲ ମଂଜିକୁ ଉଭୟ ସ୍ନାକ୍ସ ଅବା ଖିରି ଓ ତରକାରୀ ଭାବେ ସେବନ କରିପାରିବେ । ଶରୀରକୁ ଫିଟ୍ ରଖେ ପଦ୍ମଫୁଲ ମଂଜି (ମଖନ) ।

ପଦ୍ମଫୁଲ ମଂଜିକୁ ସାଇତି ରଖିବା ଏକ ଜଞ୍ଜାଳ । ଛୋଟିଆ ଛୋଟିଆ ମଶା, ମାଛି, କୀଟ ସଂସ୍ପର୍ଶରେ ଆସିଲେ ପଦ୍ମଫୁଲ ବିଷ ଭଳି କାମ କରେ । ସେଥିରେ ମହଜୁଦ ସବୁ ଭିଟାମିନ ଓଲଟା କାମ କରେ ।

ରକ୍ତଚାପ ସଂକ୍ରମିତ, ଡାଇବେଟିସ୍ ସଂକ୍ରମିତଙ୍କ ପକ୍ଷେ ପଦ୍ମଫୁଲ ମଂଜି ଉପାଦେୟ ନୁହେଁ ।