ବିଜେପିରେ ମିଶିବେ ଶ୍ରିମୟୀ ମିଶ୍ର
ବିଜେଡିରୁ ନିଲମ୍ବନ ପରେ ଧରିବେ କି ପଦ୍ମ
ସୁଜାତାଙ୍କୁ ଟାର୍ଗେଟ ପରେ ବଢ଼ିଲା ଚର୍ଚ୍ଚା
ବିଜେପିରେ ମିଶିବେ ନିଲମ୍ବିତ ବିଜେଡି ନେତ୍ରୀ ଶ୍ରିମୟି ମିଶ୍ର । ବିଜେଡି ଛାଡ଼ି ଧରିବେ ପଦ୍ମ । ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ତାଙ୍କୁ ସସ୍ପେଣ୍ଡ କରିଥିଲା ଦଳ । ଏହା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଲାଗି ରହିଛି ସସ୍ପେନଶ ।କେହି କେହି ସେ ଶୀଘ୍ର ବିଜେପିରେ ମିସିବେ ବୋଲି କହୁଛନ୍ତି ।
ବିଜେପିରେ ମିଶିବେ କି ଶ୍ରୀମୟୀ ? ପଦ୍ମ ଧରିବାକୁ ଚାଲିଛି କି ବଡ଼ ପ୍ଲାନ୍ ? ପ୍ରଥମେ ବିକୁ ଜନତା ଦଳରୁ ସସପେଣ୍ଡ୍ ଆଉ ଏବେ ଦୁର୍ଗା ମଣ୍ଡପରେ ବିଜେପି ନେତାଙ୍କ ସହ ଶ୍ରୀମୟୀଙ୍କ ବୁଲିବା ପରେ ସାଧାରଣରେ ହେଲାଣି ଚର୍ଚ୍ଚା । ପୂର୍ବରୁ କଂଗ୍ରେସରେ ଶ୍ରୀମୟୀ ମିଶ୍ର ମିଶିବେ ବୋଲି କୁହାଯାଉଥିଲା । ହେଲେ ଏବେ ବିଜେପି ନେତା ଓ ବିଧାୟକଙ୍କ ସହ ଶ୍ରୀମୟୀଙ୍କ ମଣ୍ଡପ ବୁଲା ତାଙ୍କ ରାଜନୀତି କ୍ୟାରିୟରର ଗତିକୁ କିଛି ଅଲଗା ଦର୍ଶାଉଛି ।
କୁହାଯାଉଛି, ଶ୍ରୀମୟୀ କୁଆଡେ ବିଜେପିରେ ସାମିଲ ହୋଇପାରନ୍ତି । କାରଣ ଅନେକ ଦିନର ନୀରବତା ପରେ ଏବେ ମୁହଁ ଖୋଲୁଛନ୍ତି ଶ୍ରୀମୟୀ । ଏବେ ତାଙ୍କୁ ସାଧାରଣ ଜନତାଙ୍କ ନିକଟରେ ଦେଖିବାକୁ ମିଳୁଛି । ଭୁବନେଶ୍ବରରେ ବିଭିନ୍ନ ପୂଜା ମଣ୍ଡପ ସେ ବୁଲିଛନ୍ତି । ଏବେ ବିଜେପି ନେତାଙ୍କ ସହ ତାଙ୍କର ଫଟୋକୁ ନେଇ ପୁଣି ନୂଆ ଚର୍ଚ୍ଚା ହେଲାଣି । ଯେଉଁଥିରେ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟିକା ଉପାସନ ମହାପାତ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହ ଅଛନ୍ତି ଶ୍ରୀମୟୀ ।
ତେଣୁ ଆଗକୁ ଶ୍ରୀମୟୀ କୁଆଡ଼େ ଯିବେ ଓ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଦୁଇ ଦିନ ତଳେ ସେ ସୁଜାତା ପାଣ୍ଡିଆଁଙ୍କୁ କରିଥିଲେ ଟାର୍ଗେଟ ।ତେବେ ଶ୍ରୀମୟୀ ଏହାକୁ କିଛି କହିନଥିଲେ ମଧ୍ୟ ପରେ ଏ ବିଷୟରେ କହିବେ ବୋଲି ସୂଚନା ଦେଇଛନ୍ତି ।
ତେବେ ଆଗକୁ ଶ୍ରୀମୟୀ ମିଶ୍ରଙ୍କ ରାଜନୀତି ଗତି କୁଆଡେ ? ସେ ପଦ୍ମ ଧରୁଛନ୍ତି ନା କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ସତ ହେଉଛି ତା’ ଦେଖିବାକୁ ବାକି ରହିଲା ।