ସତ କେବେ ଲୁଚି ରହେନା : ଆତଙ୍କୀ ସଂଗଠନକୁ କାହିଁକି ପୋଷିଛ, ପାକିସ୍ତାନକୁ ଏ ପ୍ରଶ୍ନ ପଚାରିବାର ସାହସ କାହା ନିକଟରେ ନାହିଁ

ସତ କେବେ ଲୁଚି ରହେନା । ପାକିସ୍ତାନ ସର୍ବଦା ଆତଙ୍କୀ ସଂଗଠନକୁ ପ୍ରୋତ୍ସାହନ ଦେଇଆସିଛି । ଆତଙ୍କୀ ସଂଗଠନକୁ ବିପୁଳ ପାଣ୍ଠି ସହାୟତା କରୁଛି । ଆତଙ୍କୀ ତାଲିମ କେନ୍ଦ୍ର ଖୋଲୁଛି ।

ତାଲିମ ପ୍ରାପ୍ତ ଆତଙ୍କୀ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଧରାଇ ସୀମାପାର ଆତଙ୍କ ଚଳାଇଛି ।

କୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦା ମୁଖିଆ ଓସାମା ବିନ ଲାଡେନଙ୍କୁ ପାକିସ୍ତାନ ସରକାର ଆଶ୍ରୟ ଦେଇଥିବା କଥା ସାରା ବିଶ୍ୱ ଜାଣିଛି । ପାକିସ୍ତାନ ଭିତରେ ପଶି ଆମେରିକା ସେନା ଲାଡେନକୁ ମାରିବା କଥାଟି ଅଛପା ନାହିଁ । ସତ ସମସ୍ତେ ଜାଣନ୍ତି ।

ଆତଙ୍କୀ ଓ ଆତଙ୍କବାଦ ମାମଲାରେ ପାକିସ୍ତାନ ମୂଳରୁ ଦୋମୁହାଁ ନୀତି ଅବଲମ୍ବନ କରିଆସିଛି । ‘ପାକିସ୍ତାନ ମାଟିରେ ଗୋଟିଏ ହେଲେ ଆତଙ୍କୀ ସଂଗଠନ ନାହିଁ, ଏମିତି କଥା ପାକିସ୍ତାନ ମୁହଁରେ ଆଦୌ ଶୋଭା ପାଉନି ।’

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୋଗଦାନ କରି ଇସ୍ରାଏଲ ରାଜଦୂତ ଡାନି ଡାନୋନ୍ ପାକିସ୍ତାନ ରାଜଦୂତ ଅସୀମ ଇଫ୍ତିକାରଙ୍କୁ ଏହି କଥା ଶୁଣାଇଛନ୍ତି ।

ଡାନୋନ ପୁଣି କହିଛନ୍ତି, ସତ ଜାଣି ମଧ୍ୟ ଗୋଟିଏ ହେଲେ ଦେଶ ପାକିସ୍ତାନକୁ ‘ସୀମାପାର ଆତଙ୍କୀ କ’ଣ ପାଇଁ ଜାରି ରଖିଛ’ ପ୍ରଶ୍ନ ପଚାରୁ ନାହାନ୍ତି । ‘ଆତଙ୍କୀ ସଂଗଠନକୁ ଆଶ୍ରୟ ଦେଇଛ କାହିଁକି’ ପାକିସ୍ତାନକୁ ଏଭଳି ପ୍ରଶ୍ନ ପଚାରିବାର ସାହସ କୌଣସି ଦେଶ ନିକଟରେ ଦେଖିବାକୁ ମିଳୁନି ।

‘ଲାଡେନ ଭଳି ହମାସକୁ ଦମନ କରିବା କଥା କାହା ମୁଣ୍ଡକୁ ଜୁଟୁନି ।’ କାତାର ରାଜଧାନୀ ଦୋହା ଉପରେ ଇସ୍ରାଏଲରେ ରକେଟ୍ ମାଡ଼ କଥା ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ପଡ଼ିଥିଲା । ନିଜକୁ ଦୋଷମୁକ୍ତ ଦାବି କରି ଇସ୍ରାଏଲ୍ କହିଥିଲା ଯେ ଦୋହାରେ ବସବାସ କରୁଥିବା ହମାସକୁ ଲୋପ କରିବା ପାଇଁ ଆମ ପାଖରେ ରକେଟ୍ ମାଡ଼ ଛଡ଼ା ଅନ୍ୟ ବାଟ ନଥିଲା ।