ପାକିସ୍ତାନ କହିଲା, ଆମ ଘରେ କଳାକନା ବୁଲାଇ ସାରିଲାଣି ଆତଙ୍କୀ ସଂଗଠନ

ବିଦେଶୀ ଶକ୍ତି ନିକଟରୁ ସହାୟତା ପାଇ କିଛି ଆତଙ୍କୀ ସଂଗଠନ ଆମ ଘରେ କଳାକନା ବୁଲାଇ ସାରିଲେଣି । ସେମାନଙ୍କୁ ଜବତ କରିବାକୁ ଯାଇ ଆମେ ବହୁତ ଲୋକ ହରାଇ ସାରିଲାଣୁ ।

ସୋମବାର ଦିନ ସାଙ୍ଘାଇ କୋଅପରେସନ୍ ସଂଗଠନ (ଏସ୍ ସି ଓ ) ଆଲୋଚନା ଚକ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆତଙ୍କବାଦର ଭୟଙ୍କର ପରିଣାମ ସଂପର୍କରେ କହିଥିଲେ ।

ଶେହବାଜ କହିଥିଲେ, ଆତଙ୍କୀ ସଂଗଠନ କବଳରେ ପଡ଼ି ପାକିସ୍ତାନ ବହୁତ କ୍ଷତି ସହିଲାଣି । ପାକିସ୍ତାନର ପ୍ରାୟ ୯୦ ହଜାର ଲୋକ ଆତଙ୍କୀ ହମଲାରେ ଜୀବନ ହରାଇ ସାରିଲେଣି । ଆତଙ୍କୀ ସଂଗଠନର ହୀନ ଚକ୍ରାନ୍ତ କାରଣରୁ ପାକିସ୍ତାନର ଆର୍ଥିକ କ୍ଷତି ପ୍ରାୟ ୧୫୨ କୋଟି ଡଲାର ଟପିଲାଣି ।’

ଶେହବାଜ ପୁଣି କହିଥିଲେ, ପାକିସ୍ତାନରେ ବେଲୁଚିସ୍ତାନ ଓ ଖାଇବର ପଖତୁନଖୁଆ ଅଂଚଳରେ ଅସ୍ଥିର ସୃଷ୍ଟି କରୁଥିବା ଆତଙ୍କୀ ସଂଗଠନଗୁଡ଼ିକୁ କିଛି ବିଦେଶୀ ଶକ୍ତି ସହାୟତା କରି ଆସୁଚନ୍ତି ।

ଜାଫର ଏକ୍ସପ୍ରେସ ଅଟକ ରଖିଥିବା ଆତଙ୍କୀ ସଂଗଠନ ପଛରେ ବିଦେଶୀ ଶକ୍ତିର ହାତ ରହିଛି ।

କିଛି ଆତଙ୍କୀ ସଂଗଠନ ରାଜନୈତିକ ଅଭିଳାଷ ପୂରଣ କରିବାକୁ ଏବେ ଅଂଟା ଭିଡୁଥିବା କଥା ମଧ୍ୟ ଶେହବାଜ କହିଥିଲେ ।