ରାଜ୍ୟରେ ବର୍ଷାର ପ୍ରକୋପ
ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି
ଭାଙ୍ଗିଲା ପୋଲ ଆଉ ଧସିଲା ପାହାଡ
ରାଜ୍ୟରେ ପ୍ରବଳ ବର୍ଷା । ଗଭୀର ଅବପାତ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗୋପାଳପୁର ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ଗଭୀର ଅବପାତ । ଏହା ଉତ୍ତର –ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ଗତି କରିଛି । ଯାହା ଶୁକ୍ରବାର ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବ ।
ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆଉ କିଛି ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳରୁ ଅତିପ୍ରବଳ ବର୍ଷା । ପାଣିପାଗ ବିଭାଗର କହିବା କଥା ହେଲା, ଶୁକ୍ରବାର ପର୍ଯ୍ୟନ୍ତ 7 ଜିଲ୍ଲାକୁ ଜାରି ହୋଇଥିଲା ରେଡ୍ ଆଲର୍ଟ । ରେଡ୍ ୱାର୍ଣ୍ଣିଂ ଜୋନରେ ଥିଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା,ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲା ।
ସେହିପରି 16 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ 7 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିଲା । ତେବେ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଶନିବାର ମଧ୍ୟ ରହିଛି ପ୍ରବଳ ବର୍ଷା ସମ୍ଭାବନା । ତେଣୁ କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।
ଆଇଏମଡିର କହିବା କଥା ହେଲା, ବାଲେଶ୍ୱର ବାହାନଗାରେ ହୋଇଛି ସର୍ବାଧିକ 105 ମିମି ବର୍ଷା । ସେହିପରି ଟୁଇନ ସିଟିରେ ଲାଗି ରହିଛି ବର୍ଷା ।ଖାଲି ବର୍ଷା ନୁହେଁ ସେପଟେ ଅନେକ ଜିଲ୍ଲାରେ ଦେଖିବାକୁ ମିଳିଲାନି ଜଳ ପ୍ରଳୟ ।।ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ରେ ଆସିଲାଣି ଭୟଙ୍କର ବନ୍ୟା । ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
ସେହିପରି ଅନେକ ସ୍ଥାନରେ ଧୋଇ ଯାଇଛି ରେଳ ଧାରଣା । ଏପରିକି କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି । ଅନେକ ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଥିବା ବେଳେ ଅନେକ କୁ କରାଯାଇଛି ବାତିଲ । ଏପରିକି ପାରାଦୀପ ଓ ଗୋପାଳପୁର ବନ୍ଦରରେ ଜାରି ହୋଇଛି 3 ନମ୍ବର ବିପଦ ସଂକେତ । ଯାହା ଆଗକୁ ଭୟଙ୍କର ବର୍ଷାର ଦେଉଛି ସୂଚନା ।