ବିଷଧର ସାପଠାରୁ ଆହୁରି ବିଷାକ୍ତ ହେଉଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ମଧୁର ବାଣୀରେ ଭାସିଯାଇ ପୁଣି ବନ୍ଧୁ କହି ମିତ୍ରତା କଲେ, ପୁଣି ଧୋକା ଖାଇବାର ଆଶଙ୍କା ରହିଛି । ଏମିତି ଏକ ପରାମର୍ଶ ଦେଇଛନ୍ତି ରାଜନୀତି ଗବେଷକ ଆଚାର୍ଯ୍ୟ ଧର୍ମରାଜ ।
ଧର୍ମରାଜ କହିଛନ୍ତି, ‘ଏମିତି ଦେଖିବାକୁ ଗଲେ, ମୋଦୀ ଆଦୌ ସରଳ କି ନିରୀହ ନୁହନ୍ତି । ଟ୍ରମ୍ପ ଓ ମୋଦୀ ପରସ୍ପରକୁ ବେଶ ଭଲ ଭାବରେ ଜାଣିଛନ୍ତି । ନିଖୁଣ ଅଭିନୟ କରି ଲୋକଙ୍କୁ ବୋକା ବନାଇବାରେ ଦୁହେଁ ଧୁରନ୍ଧର । ତେବେ ଭାରତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କୁ ଠିକଣା ସମୟରେ ଠିକଣା ପରାମର୍ଶ ଦେବା ଜଣେ ସଚେତନ ନାଗରିକଙ୍କ ଦାୟିତ୍ୱ ।’
ଭାରତକୁ ଡରାଇ ଧମକାଇ ଭାରତର କୃଷିଜାତ ବଜାରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ଆମେରିକା । ଭାରତ ଉପରେ ୫୦% ଟିକସ ବସାଇ ଦେଲେ ଆମେରିକା ନିକଟରେ ମୁଣ୍ଡ ନୁଅାଁଇଦେବ ଭାରତ । ଏମିତି ଏକ ଖୟାଲ ଟ୍ରମ୍ପଙ୍କ ମୁଣ୍ଡରେ ପଶି ଯାଇଥିଲା ।
କିନ୍ତୁ ଭାରତ ରୁଷିଆ ଓ ଚାଇନା ସହିତ ହାତ ମିଳାଇବାର ଦେଖି ଟ୍ରମ୍ପ ଓ ଆମେରିକାର ଭାଷା ବଦଳି ଯାଇଛି ।
ଭାରତ ଭଳି ୧୪୩ କୋଟି ଉପଭୋକ୍ତା ବଜାରକୁ ହାତଛଡ଼ା କରିବାର ଆଗ୍ରହ ଟ୍ରମ୍ପଙ୍କ ଫୁଟାଣି ଭାଙ୍ଗିଦେଇଛି । ଜିଭରୁ ବାହାରି ଯାଇଥିବା କଥାଗୁଡ଼ାକ ଫେରାଇ ନେବା ସହଜ ନୁହେଁ, ତଥାପି ନିଜ ପଦ ମର୍ଯ୍ୟାଦାକୁ ବଂଚାଇବା ସହିତ ଭାରତକୁ ମନାଇବାର ଉଦ୍ୟମ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ଭଲ ବନ୍ଧୁ କହି ଟ୍ରମ୍ପ ତାଳି ପକାଇବାର ଉଦ୍ୟମ ଆରମ୍ଭ କରିଛନ୍ତି । ଟ୍ରମ୍ପଙ୍କ ମନ୍ତବ୍ୟକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି ମୋଦୀ ।
କିନ୍ତୁ କୂଟନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଟିକସ ଆଦାୟ କରିବାର ନିଶା ଏବେ କିଛି ମାତ୍ରାରେ ମଉଳି ଯାଇଛି ।
ତାଙ୍କ ସହିତ ମିତ୍ରତା ସ୍ଥାପନ କରିବା ପୂର୍ବରୁ ଶହେଥର ଭାବନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।