ବ୍ୟକ୍ତିଗତ ଅଧିକାର ସୁରକ୍ଷା ପାଇଁ ଅଦାଲତକୁ ଗଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ
ବ୍ୟକ୍ତିଗତ ଅଧିକାର ସୁରକ୍ଷା କାମନା କରି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଐଶ୍ୱର୍ଯ୍ୟା ରାୟ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି, କିଛି ୱେବ୍ ସାଇଟ୍ ଆର୍ଥିକ ଲାଭ ଅଭିପ୍ରାୟ ରଖି ଐଶ୍ୱର୍ଯ୍ୟାଙ୍କ ଫଟୋ, ନାମ ଓ ପରିଚୟକୁ ବ୍ୟବହାର କରୁଛନ୍ତି ।
ଐଶ୍ୱର୍ଯ୍ୟାଙ୍କ ବିନା ସୁପାରିଶ ଅବା ଅନୁମତିରେ ତାଙ୍କ ଫଟୋ, ନାମ ଓ ପରିଚୟକୁ ବ୍ୟବହାର କରୁଥିବା ସୋସିଆଲ ମିଡିଆ ଅବା ୱେବ୍ ସାଇଟ୍ ଗୁଡ଼ିକ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।
କିଛି ଠକ ସଂସ୍ଥା ଐଶ୍ୱର୍ଯ୍ୟାଙ୍କ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିବାର ଅପପ୍ରୟାସ କରୁଥିବା କଥା ଐଶ୍ୱର୍ଯ୍ୟା ତାଙ୍କ ପିଟିସନରେ ଦର୍ଶାଇଛନ୍ତି ।
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲା ଉପରେ ଏକ ଅନ୍ତରୀଣ ଆଦେଶ ଜାରି କରି ଅଭିଯୁକ୍ତ ୱେବ୍ ସାଇଟ୍ ଗୁଡ଼ିକ ପ୍ରତି କଟକଣା ଲଗାଇବାକୁ ପିଟିସନରେ ପ୍ରାର୍ଥନା କରାଯାଇଛି ।
ଐଶ୍ୱର୍ଯ୍ୟାଙ୍କ ଭଳି ବହୁ ସାମାଜିକ ପ୍ରତିଷ୍ଠିତ ଲୋକଙ୍କ ନାମ, ଛବିକୁ ବହୁ ସଂସ୍ଥା ବେଆଇନ ଭାବେ ବ୍ୟବହାର କରି ଆର୍ଥିକ ଫାଇଦା ଉଠାଉଛନ୍ତି । ବିନା ରାଜିନାମା ଓ ଟଙ୍କାରେ ଐଶ୍ୱର୍ଯ୍ୟାଙ୍କ ନାମ ଓ ଛବି ବ୍ୟବହାର କରିବା ସଂପୂର୍ଣ୍ଣ ବେଆଇନ ।