ମହାପ୍ରଭୁ ଜଗନ୍ନାଥଙ୍କୁ କୋଟିକୋଟି ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ
ମହାପ୍ରଭୁ ଜଗନ୍ନାଥଙ୍କୁ କୋଟିକୋଟି ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
କଥା କ’ଣ କି, ଶୁକ୍ରବାର ଦିନ ସକାଳେ ପ୍ରବଳ ବର୍ଷା କାରଣରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିମାନଟି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିପାରିଲାନି ।
ଏୟାର୍ ଟ୍ରାଫିକ୍ କଂଟ୍ରୋଲରଙ୍କ ପରାମର୍ଶ ମାନି ପାଇଲଟ ଜଣକ ବିମାନଟିକୁ କୋଲକାତା ଅଭିମୁଖେ ନେଇ ଯାଇଥିଲେ ।
ମୁଖ୍ୟମନ୍ତ୍ରୀ ମାଝି ଏୟାର ଇଣ୍ଡିଆର ଏଆଇ୪୭୩ ବିମାନରେ ନୂଆଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିଲେ । ଚାରିଦିନ ରହଣି ଭିତରେ ମୁଖ୍ୟମନ୍ତ୍ରୀ ସେମିକନ୍ ଇଣ୍ଡିଆ ଇଭେଂଟରେ ଯୋଗଦାନ କରିବା ଭାରି ଗୁରୁତ୍ୱପୂର୍ଣ୍ଣ ଘଟଣା ।
ମୁଖ୍ୟମନ୍ତ୍ରୀ ମାଝି ତାଙ୍କ ସାଙ୍ଗରେ ଓଡ଼ିଶା ପାଇଁ ଦୁଇଟି ସେମି କଣ୍ଡକ୍ଟର ପ୍ରକଳ୍ପ ଧରି ଆସିବା କଥାଟି ବିରାଟ ବଡ଼ ସଫଳତା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁଜରାଟ ପରେ ଓଡ଼ିଶା ହେବ ସେମି କଣ୍ଡକ୍ଟର ଦ୍ୱିତୀୟ ଏନ୍ତୁଡ଼ିଶାଳ ।
ସବୁଠାରୁ ଖୁସିର କଥା, କୋଲକାତାରେ ଇନ୍ଧନ ଭରିବା ପରେ ଏଆଇ୪୭୩ ବିମାନଟି ମୁଖ୍ୟମନ୍ତ୍ରୀ ମାଝିଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା ଓ ଭୁବନେଶ୍ୱରରେ ସୁରକ୍ଷିତ ସହକାରେ ଅବତରଣ କରିଥିଲା ।
ଆପଣଙ୍କର ମନେଥିବ, ଏମିତି ଏକ ବର୍ଷା ଭିତରେ ହଜି ଯାଇଥିଲା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡିଙ୍କ ବିମାନ ।