ଓଡିଶା ସରକାରଙ୍କ ୨୭ତମ କ୍ୟାବିନେଟ ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିଲା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ
ବୈଠକରେ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ
୩ଟି ବିଭାଗ ର ୪ଟି ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ ମୋହର ବାଜିଛି
ଶ୍ରମ ବିଭାଗ ର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ
କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି
ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି । ସେହିଭଳି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ ।
ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ତେବେ ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ ।
୨୦ କିମ୍ବା ଅଧିକ କର୍ମଚାରୀ ନିୟୋଜିତ କରିଥିବା ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ | ଓଡ଼ିଆରେ ସାଇନ ବୋର୍ଡ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି| ଏଣେ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତି ସରିଛି | ୬୯ ଏକରରେ ପାରିପାର୍ଶ୍ୱିକ ଉନ୍ନତି ହେବ | ଏଥିଲାଗି ଖର୍ଚ୍ଚ ହେବ ୨୨୬ କୋଟି ଟଙ୍କା | ଏକ ହଜାର ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ ବସିଲା ଭଳି ୫୦୦ ସିଟ ବିଶିଷ୍ଟ ହଲ ନିର୍ମାଣ ହେବ। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଅନୁମୋଦିତ | ଶିକ୍ଷା ଅଧିକାରୀ ଆଇନ୨୦୦୯ର ଉଦ୍ଦେଶ୍ୟକୁ ପୂରଣ ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଞ୍ଚାୟତ ସ୍ତରରେ ପ୍ରାଥମିକ ସ୍ତରରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ | ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୨୦୦ଟି ବିଦ୍ୟାଳୟ ନିର୍ମାଣ ହେବ। ଏଥିଲାଗି ଖର୍ଚ୍ଚ ହେବ ୧୨ ଶହ କୋଟି ଟଙ୍କା | ୫ କୋଟି ରୁ ଅଧିକ ଟଙ୍କା ଗୋଟିଏ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ | ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ଏବଂ ପରେ ସମସ୍ତ ପଞ୍ଚାୟତରେ ନିର୍ମାଣ କରାଯିବ। ଏଣେ କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତି ସରିଛି | ୬୯ ଏକରରେ ପାରିପାର୍ଶ୍ୱିକ ଉନ୍ନତି ହେବ | ଏଥିଲାଗି ଖର୍ଚ୍ଚ ହେବ ୨୨୬ କୋଟି ଟଙ୍କା | ଏକ ହଜାର ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ ବସିଲା ଭଳି ୫୦୦ ସିଟ ବିଶିଷ୍ଟ ହଲ ନିର୍ମାଣ ହେବ।