ଯମପୁରରେ ୨୪ ମିନିଟ୍ କଟାଇ ମର୍ତ୍ତ୍ୟ ମଣ୍ଡଳକୁ ଫେରିଲେ ମହିଳା

ଯମପୁର ଦେଖିବାକୁ କେମିତି କା? ସେଠାକାର ଲୋକମାନେ ଆମ ଭଳି ଚଳପ୍ରଚଳ କରନ୍ତି ନା ଉଡ଼ନ୍ତି । ସେମାନଙ୍କର ଉଚ୍ଚତା, ଆଚରଣ, ଉଚ୍ଚାରଣ ସଂପର୍କରେ ଜାଣିବାକୁ ଭାରି ଇଚ୍ଛା ହେଉଥିବ ।

ନିକଟରେ ଜଣେ ମହିଳା ଯମପୁରକୁ ଯାଇ ୨୪ ମିନିଟ୍ କଟାଇ ପୃଥିବୀକୁ ଫେରି ଆସିଛନ୍ତି । କଥା କ’ଣ କି? ଡାକ୍ତର ସଂପୃକ୍ତ ମହିଳାଙ୍କୁ ପରୀକ୍ଷା କରି ମୃତୁ୍ୟ ଘୋଷଣା କରିଥିଲେ । ମରିବାର ୨୪ ମିନିଟ୍ ପରେ ମହିଳା ଜଣକ ଶେଯ ଉପରେ ବସିପଡ଼ିଲେ ।

ମହିଳା ଜଣକ ସଂପୂର୍ଣ୍ଣ ସୁସ୍ଥ ନଥିଲେ ମଧ୍ୟ ଡାକ୍ତରଙ୍କ ମୁହଁରେ ଭାଷା ନଥିଲା । ଯମପୁରରୁ ଜୀବନ ଧରି ଫେରିଥିବା ମହିଳାଙ୍କ ନାମ ଲରେନ୍ କାନାଡ଼େ ଓ ତାଙ୍କର ବୟସ ୩୯ ବର୍ଷ ।

ଲରେନ୍ କହନ୍ତି, ତାଙ୍କ ଶରୀରରୁ ଗୋଟିଏ ଦିବ୍ୟ ଆଲୋକ ବାହାରି ଯାଉଥିବା ଲରେନ୍ ନିଜ ଆଖିରେ ଦେଖିବାକୁ ପାଇଲେ । ତାଙ୍କର ଆଖି ଦୁଇଟା ସେହି ଦିବ୍ୟ ଆଲୋକ ପିଚ୍ଛା କରୁଥିଲା । ତାଙ୍କୁ ଲାଗୁଥିଲା ଯେପରି ସେ ଆପେ ଆପେ ସେଇ ଦିବ୍ୟ ଆଲୋକ ଆଡକୁ ଟାଣି ହୋଇ ଯାଉଛନ୍ତି ।

ଦିବ୍ୟ ଆଲୋକଟି ଏକ ବିରାଟ ଆଭା ମଣ୍ଡଳ ଭିତରେ ପ୍ରବେଶ କଲା । ଲରେନ୍ ନିଜକୁ ବିଶ୍ୱାସ କରି ପାରୁ ନଥିଲେ ।

ସେ ଏପରି ଏକ ସ୍ଥାନରେ ଠିଆ ହୋଇଥିଲେ, ଯୋଉଠି ପବନ ବେଶ ଶାନ୍ତ ଥିଲା । ଚାରିଆଡ଼ ପୁରା ଶାନ୍ତ ଥିଲା । ତାଙ୍କ ଶରୀର ଭିତରୁ ବାହାରି ଯାଇଥିବା ଦିବ୍ୟ ଆଲୋକଟି ବିରାଟ ଆଭା ମଣ୍ଡଳ ଭିତରୁ ବାହାରି ଆସିଲା ଓ ଧିରେ ଧିରେ ତାଙ୍କ ଶରୀର ଚାରିପଟେ ବୁଲିବାକୁ ଲାଗିଲା । ତା’ ପରେ ଆଲୋକଟି ତାଙ୍କ ଶରୀର ଭିତରେ ପଶିଗଲା ।

ଲରେନ ଦ୍ୱିତୀୟ ଥର ପାଇଁ ଜୀବନ ଫେରିପାଇବା କଥା ସ୍ୱୀକାର କରିଛନ୍ତି । ଲରେନ୍ ଧାର୍ମିକ ସ୍ୱଭାବର ନଥିଲେ । ମାତ୍ର ଏବେ ଆତ୍ମା ପରମାତ୍ମା ବିଷୟକୁ ବିଶ୍ୱାସ କରୁଛନ୍ତି । ଆଜିକାଲି ସେ ଆଧ୍ୟାତ୍ମିକ ଚିନ୍ତାଧାରା ଆଡକୁ ଢଳିଛନ୍ତି ।

ଘଟଣାଟି ହେଲା, ୨୦୨୩ ମସିହା ଫେବୃଆରୀ ୭ ତାରିଖ ଦିନ ଲରେନ୍ ହୃଦଘାତର ଶିକାର ହେଲେ । ତାଙ୍କ ସ୍ୱାମୀ ୯୧୧ ନମ୍ବରକୁ କଲ୍ କଲେ । ପ୍ରାୟ ୯ ଦିନ ଧରି ଆଇସିୟୁରେ ରହିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏମ୍ ଆର୍ ଆଇ ରିପୋର୍ଟରେ ଲରେନଙ୍କ ମସ୍ତିଷ୍କ ବିଲକୁଲ ଅକ୍ଷତ ଥିଲା । ତାଙ୍କ ଶରୀରର ତାପମାତ୍ରା ସ୍ୱାଭାବିକ ଥିଲା । ଡାକ୍ତରମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ।

ଘଂଟା ଘଂଟା ଧରି ବିତିବା ପରେ ମଧ୍ୟ ଲରେନଙ୍କ ଶରୀରରେ ମୃତ ଲୋକଙ୍କ ଲକ୍ଷଣ ପ୍ରକାଶ ପାଉ ନଥିଲା । ତାଙ୍କ ଶରୀର ତାଜା ଦିଶୁଥିଲା ।