ରାଜ୍ୟରେ ୪୭୩୯ କୋଟି ଟଙ୍କାର ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ପ୍ରାୟ ୨୫ଟି ନୂତନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ଶୁକ୍ରବାର ଦିନ ଅନୁଷ୍ଠିତ ୧୪୦ତମ ବୈଠକରେ ପ୍ରାୟ ୪୭୩୯ କୋଟି ଟଙ୍କାର ବିଭିନ୍ନ ଶିଳ୍ପକୁ ସୁପାରିଶ କରାଯାଇଛି । ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୨୫ ହଜାରରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡ଼ା, ଗଂଜାମ, ମୟୂରଭଞ୍ଜ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ପ୍ରତିଷ୍ଠା କରାଯିବ ।