ରାବଣ ପୋଡ଼ି ପଛର ବଡ ମିଛ !

କେବେଠୁ ଦାହ ହେଉଛି ରାବଣର ପ୍ରତିମୂର୍ତ୍ତି

 ଆଗରୁ ନଥିଲା ଏହି ପରମ୍ପରା

 ଇଂରେଜ ଆସିବା ପରେ ଆରମ୍ଭ ହୋଇଥିଲା ଟ୍ରେଣ୍ଡ୍

ଧରାପୃଷ୍ଠ ରେ ପୂଜା ପାଉଛନ୍ତି ମା ଦୁର୍ଗା ଏବେଠୁ ସଜେଇ ହେଲାଣି ପୂଜା ପେଣ୍ଡାଲ ଭଳିକି ଭଳି ତୋରଣ ସହ ସଜେଇ ହେଉଛି ସାରା ଦେଶ ସିଂହବାହିନୀଙ୍କ ଆରାଧନା ପାଇଁ ଗହଳି ଚହଳି ମଧ୍ୟ ଲାଗିଛି । ତେବେ ଦଶହରା ଦିନ ମା ଙ୍କ ପୂଜା ସହ ପୀଡା ହୁଏ ରାବଣର ପ୍ରତିମୂର୍ତ୍ତି ହେଲେ ଆଗରୁ ଦେଶରେ ନଥିଲା ଏହି ପରମ୍ପରା।

ଭାରତର ବେଦ ଆଉ ଶାସ୍ତ୍ରରେ ନାହିଁ ରାବଣ ପୋଡ଼ି ଏପରିକି ଗରୁଡ ପୁରାଣରେ ମଧ୍ୟ ବାବଦରେ ତଥ୍ୟ ନାହିଁ ଏଥିରୁ ଜଣାପଡେ ଯେ ଏହା ହେଉଛି ଆଧୁନିକ ଟ୍ରେଣ୍ଡ଼। ଅର୍ଥାତ୍ ହଜାର କି ଦଶହଯାର ନୁହେଁ ମାତ୍ର 80 ବର୍ଷ ପୁରୁଣା ଏହି ପ୍ରଥା ଯାହା ପ୍ରଥମେ ଝାଡ଼ଖଣ୍ଡ ରୁ ଆରମ୍ଭ ହୋଇଥିଲା

 

ଇତିହାସ କହେ ଯେ, 1947-48 ମସିହାରେ ପ୍ରଥମେ ହୋଇଥିଲା ରାବଣ ପୋଡ଼ି ସେହି ସମୟରେ ଭାରତରୁ ଚାଲିଯାଉଥିଲେ ଇଂରେଜ ସରକାର ଏତିକି ବେଳେ ସାରା ଦେଶରେ ଖୁବ୍ ଖୁସି ଥିଲେ ଭାରତୀୟ ଭାରତ ପାକିସ୍ତାନ ଅଲଗା ମଧ୍ୟ ହୋଇଥିଲେ

 

ଏହି ସମୟରେ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ ସେମାନେ ପ୍ରଥମେ ଆରମ୍ଭ କରିଥିଲେ ରାବଣ ପୋଡ଼ି ଏହା ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା ସେତେବେଳ ଝାଡ଼ଖଣ୍ଡ ବିହାରର ଅଂଶ ଥିଲା ଦଶହରାରେ ରାବଣର ଏକ ବିରାଟ ପ୍ରତିମାକୁ ପୋଡ଼ା ଯାଇଥିଲା ପରେ ଏହା ସାରା ଦେସରେ ନୂଆ ପରମ୍ପରା ଭାବେ ଉଭା ହୋଇଥିଲା

 

ଝାଡ଼ଖଣ୍ଡ ପରେ ଦିଲ୍ଲୀରେ 1953 ମସିହାରେ ହୋଇଥଲା ରାବଣ ପୋଡ଼ି ଐତିହାସିକ ରାମଲୀଳା ମଇଦାନରେ ସମ୍ପନ୍ନ ହୋଇଥିଲା ଏହି କାର୍ଯ୍ୟକ୍ରମ ପରେ ମହାରାଷ୍ଟ୍ର, ଗୁଜରାଟ ଏବଂ କୋଲକାତାରେ ଏହା ବ୍ୟାପିଥିଲା ସେହିପରି ଓଡିଶାରେ ନବେ ଦଶକରେ ଏହି ପ୍ରଥା ପ୍ରବେଶ କରିଥିଲା   ଯାହା ପରେ ପ୍ରତି ବର୍ଷ ଏହାକୁ ଧୁମଧାମରେ ପାଳନ କରାଯାଇ ଆସୁଛି