ସରକାରୀ ଧନରେ ମୋଦୀଙ୍କ ପ୍ରତି ଆନୁଗତ୍ୟ ପ୍ରମାଣ କରିବେ ମୋହନ ମାଝି

ସରକାରୀ ଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ ତୋଷିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ରାଜଧନରେ ତିଆରି ୫୦ ହଜାର ଆବାସକୁ ରାଜନେତାଙ୍କ ଜନ୍ମଦିନର ଭେଟି ଭାବେ ଉପସ୍ଥାପନ କରିବା ଯଦି ଯୁକ୍ତିସଂଗତ, ତେବେ ଆମ ମନ୍ତବ୍ୟକୁ ଆଦୌ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ମଣନ୍ତୁ ନାହିଁ ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ସେପ୍ଟେମ୍ବର ୧୭ ତାରିଖ ଦିନ ରାଜ୍ୟର ଅନ୍ତୋଦୟ ଗୃହ ଯୋଜନା ଆଧାରରେ ୫୦ ହଜାର ହିତାଧିକାରୀଙ୍କୁ ପିଏମ୍ ଆବାସ ଚାବି ଦିଆଯିବ । ଗୃହ ବିତରଣ ପ୍ରକ୍ରିୟା ନଭେମ୍ବର ସୁଦ୍ଧା ଶେଷ ହୋଇଯିବ ।

ଅନ୍ ଲାଇନ୍ ଆବେଦନ ଜରିଆରେ ରାଜ୍ୟ ସରକାରଙ୍କ ପଂଚାୟତ ବିଭାଗ ପ୍ରାୟ ୩୫ ଲକ୍ଷ ହିତାଧିକାରୀଙ୍କ ନିକଟରୁ ଆବେଦନ ପତ୍ର ପାଇଥିଲେ ।

ଠିକ ସମୟରେ ସମସ୍ତଙ୍କ ପ୍ରତି ଉଚିତ ବିଚାର କରାଯିବ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।

ନରେନ୍ଦ୍ର ମୋଦୀ ୭୫ ବର୍ଷ ବୟସ ଅତିକ୍ରମ କରିବେ । ସେହି ଦୃଷ୍ଟିରୁ ରାଜ୍ୟର ୭୫ ହଜାର ହିତାଧିକାରୀଙ୍କୁ ଆବାସ ବିତରଣ କରାଯିବା କଥା ।

କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩୫ ଲକ୍ଷ ଆବେଦନକାରୀଙ୍କ ଭିତରୁ ମାତ୍ର ୫୦ ହଜାର ହିତାଧିକାରୀଙ୍କୁ ଗୃହ ହସ୍ତାନ୍ତର କରିବେ । କଥାଟି ଟିକେ ଅଡୁଆ ଲାଗୁଛି ।