ସଲମନଙ୍କ ପରିବାର ଗୋମାଂସ ସେବନ କରନ୍ତି ନାହିଁ

ବଲିଉଡ୍ ଅଭିନେତା ସଲମନ ଖାନଙ୍କ ପରିବାର ଧୁମଧାମ ଓ ଭକ୍ତିର ସହିତ ପାଳନ କରୁଛନ୍ତି ହିନ୍ଦୁ ମହୋତ୍ସବ ।

ସଲମନଙ୍କ ବାପା ଜଣାଶୁଣା ସଂଳାପ ଲେଖକ ସଲିମ ଖାନ ଏକ ପତ୍ରିକାକୁ ସାକ୍ଷାତକାର ଅବସରରେ ପାରିବାରିକ ପରମ୍ପରା ସଂପର୍କରେ ଖୁଲାସା କରିଛନ୍ତି ।

ସଲିମ କହନ୍ତି, ତାଙ୍କ ପରିବାର ଦୀର୍ଘଦିନ ଧରି ଗୋମାଂସ ସେବନ କରୁନାହାନ୍ତି । ସଲିମଙ୍କ ମତରେ ଇସଲାମ ଧର୍ମ ପ୍ରବର୍ତ୍ତକ ମହମ୍ମଦ ସବୁ ଧର୍ମକୁ ସମଦୃଷ୍ଟିରେ ଦେଖିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଫେଟ୍ ମହମ୍ମଦ କୌଣସି ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଗୋମାଂସ ଖାଇବାକୁ ଅନୁମତି ଦେଇନାହାନ୍ତି । ମହମ୍ମଦ ସବୁବେଳେ ଗୋରସ (ଗାଈଖିର) ବ୍ୟବହାର କରିବାକୁ କହୁଥିଲେ ।

ସଲମନ କହନ୍ତି, ଗୋମାଂସ ବଦଳରେ ଗୋରସ ଉପାଦେୟ । ମା’ ଖିର ବିକଳ୍ପ ଗାଈ ଖିର । ଗାଈକୁ ମାରିବା ଅନୁଚିତ, ଗୋମାଂସ ସେବନ ଅନୁଚିତ ।

ପ୍ରଫେଟ୍ ମହମ୍ମଦ ସବୁ ଧର୍ମଶାସ୍ତ୍ରକୁ ପଢ଼ି ସେଥିରୁ ସାରକଥା ସଂଗ୍ରହ କରି ଇସଲାମ ଧର୍ମ ପ୍ରତିଷ୍ଠା କରିଛନ୍ତି । କୌଣସି ଧର୍ମଶାସ୍ତ୍ରରେ ପଶୁବଧକୁ ଅନୁମତି ଦିଆଯାଇନି ।