ୟୁଏସ୍ ଓପନ୍: କ୍ୱାଟର୍ ଫାଇନାଲରେ ଭାରତୀୟ ଟେନିସ୍ ତାରକା ଯୁକି ଭାମ୍ବ୍ରି
ଏକ ରୋମାଂଚକର ସ୍ଥିତିରେ ଭାରତୀୟ ଟେନିସ୍ ତାରକା ଯୁକି ଭାମ୍ବ୍ରି ଓ ତାଙ୍କ ଯୋଡ଼ିଦାର ମାଇକେଲ୍ ଭେନସ୍ ୟୁଏସ୍ ଓପନ୍ ମେନ୍ସ ଡବଲ୍ସ ଇଭେଂଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।
ଭାମ୍ବ୍ରି-ଭେନସ୍ ଯୋଡ଼ି ତାଙ୍କର ପ୍ରତିପକ୍ଷ ଜର୍ମାନ ଯୋଡ଼ି କେଭିନ୍-ଟିମ୍ ପୁଇଟେଜଙ୍କ ସହିତ ପ୍ରାୟ ଏକ ଘଂଟା ୨୩ ମିନିଟ୍ ଧରି ମୁକାବିଲା କରିଥିଲେ ଓ ୬-୪, ୬-୪ ସେଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ।
ବେଶ କିଛିବର୍ଷ ଧରି ଭାରତର ଟେନିସ୍ ଦୁନିଆ ମଉଳି ଯାଇଥିଲା । ନୁ୍ୟଜିଲାଣ୍ଡ ଯୋଡ଼ିଦାରଙ୍କ ସହଯୋଗ ପାଇ ଭାମ୍ବ୍ରି କ୍ୱାଟର୍ ଫାଇନାଲ ପର୍ଯ୍ୟନ୍ତ ଯାଇଛନ୍ତି । ଭାମ୍ବ୍ରିଙ୍କ ବୟସ ଏବେ ୩୩ ବର୍ଷ ।
ବେଶ କିଛିବର୍ଷ ଧରି ସେ ଭାରତର ଟେନିସ୍ ଦୁନିଆରେ ଖେଳିପାରିବେ । ଏତିକି ବେଳୁ ଆନ୍ତର୍ଜାତିକ ସ୍ତରରେ ଟେନିସ୍ ଅଭ୍ୟାସ ଜାରି ରଖିଲେ, ଆଗାମୀ ଦିନରେ ସେ ନିଶ୍ଚିତ ଭାବେ ଭାରତକୁ ଗୌରବାନ୍ୱିତ କରିପାରିବେ ।