୪୪,୪୩୩ ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ୪୪ ହଜାର ୪୩୩ ଜଣଙ୍କୁ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯିବ ।

ପ୍ରତିବର୍ଷ ପ୍ରାୟ ୧୫ ହଜାର ଶିକ୍ଷିତ ଲୋକଙ୍କୁ ଶିକ୍ଷକ ପଦବୀରେ ନିଯୁକ୍ତ କରାଯିବ । ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ଉପଲବ୍ଧି କରିବା ପରେ ସରକାରଙ୍କ ପକ୍ଷରୁ ଆଶୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଆଶାୟୀ ଯୁବକ ଯୁବତୀମାନେ କୌଣସି ପ୍ରକାର ଜାଲ କାଗଜପତ୍ର ବଳରେ ନିଯୁକ୍ତି ପାଇବାକୁ ଉଦ୍ୟମ କରୁଥିବାର ଜଣାପଡ଼ିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।