ନୂଆଦିଲ୍ଲୀ: ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ପାଇଁ ଚାଲିଥିବା ଅଭିଯାନ ପ୍ରକ୍ରିୟାରେ ସମନ୍ୱୟ ରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ପଠାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରେନ ରିଜିଜୁ ଓ ପୂର୍ବ ସ୍ଥଳସେନା ଅଧ୍ୟକ୍ଷ ବୀକେ.ସିଂହ ୟୁକ୍ରେନର ପଡୋଶୀ ଦେଶକୁ ଯିବା ନେଇ ନିଷ୍ପତ୍ତି ହୋଇଛି । ଫଳରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିପାରିବେ ।
ଏହି ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରନ୍ ରିଜିଜୁ ପ୍ରମୁଖ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ମଧ୍ୟରେ ଲଢେଇ ପଞ୍ଚମ ଦିନରେ ପହଞ୍ôଚଛି ।