ପୁଣି ୟୁକ୍ରେନରୁ ଫେରିଲେ ୧୫୪ ଭାରତୀୟ

ନୂଆଦିଲ୍ଲୀ : ପୁଣି ୟୁକ୍ରେନରୁ ଭାରତ ଫେରିଲେ ୧୫୪ ଭାରତୀୟ । ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଆଉ ଏକ ବିମାନ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଉ ୧୫୪ ଭାରତୀୟ ନାଗରିକ ସ୍ୱଦେଶ ଫେରିଛନ୍ତି । ଅନ୍ୟପକ୍ଷରେ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୟୁକ୍ରେନ ଫେରନ୍ତାଙ୍କୁ ସ୍ୱାଗତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୟୁକ୍ରେନରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଗଙ୍ଗା ଜରିଆରେ ୧୬ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଛନ୍ତି । ସେହିପରି ଆଉ ୨୨ ଶହ ଭାରତୀୟ ଛାତ୍ର ସ୍ୱଦେଶ ଫରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଏବେ ବି ୟୁକ୍ରେନର ଅନେକ ସ୍ଥାନରେ ଭାରତୀୟ ନାଗରିକ ଫସି ରହିଛନ୍ତି । ତେଣୁ ସେଠାରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା ପାଇଁ ୟୁକ୍ରେନ-ରୁଷ ନିକଟରେ ଦାବି କରିଛନ୍ତି ଭାରତ ସରକାର ।