ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୟୁକ୍ରେନରୁ ଫେରିଥିବା ଛାତ୍ରଙ୍କୁ ନେଇ ବିଶେଷ ସୂଚନା ପ୍ରଦାନ କରିଛନ୍ତି । ଶାହ କହିଛନ୍ତି ଯେ, ୟୁକ୍ରେନରୁ ପାଖାପାଖି ୧୬ ହଜାର ଛାତ୍ରଛୀ ଆସି ସାରିଲେଣି । ୧୩ହଜାର ପହଞ୍ଚି ଯାଇଥିବାବେଳେ ଆହୁରି ସ୍ୱତନ୍ତ୍ର ବିମାନ ଆସୁଛି । ଆଗାମୀ ୨୪ ଘଣ୍ଟାରେ ୧୩ଟି ବିମାନ ଜରିଆରେ ଆହୁରି ଛାତ୍ରଙ୍କୁ ଅଣାଯିବ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନରେ ଏବେ ଆଉ କେତେଜଣ ଅଛନ୍ତି ଆମେ ତାହା ଦେଖିବୁ । ଦୂତବାସ ସେମାନଙ୍କ ସହ ଯୋଗାଯୋଗ କରିବ । ପିସୋଚିନରେ ଆମେ ୨୯୮ ଛାତ୍ରଙ୍କୁ ସ୍ଥାନାନ୍ତର କରିଦେଇଛୁ ।