୨୬ ତାରିଖ ଦିନ ମହା ଶିବରାତ୍ରୀ: ଜାଣନ୍ତୁ ଜଳାଭିଷେକ ପାଇଁ ଶୁଭବେଳା

ପ୍ରତିବର୍ଷ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଆସୁଛି ମହା ଶିବରାତ୍ରୀ ବା ଜାଗର ଯାତ । ଚଳିତ ମାସ ଫେବୃଆରୀ ୨୬ ତାରିଖରେ ଜାଗର ପାଳନ କରାଯିବ । ସେଦିନ ଭଦ୍ରା ଦୃଷ୍ଟି ପଡୁଥିବାରୁ ଶୁଭ ଅଶୁଭ କଥା ସାମ୍ନାକୁ ଆସୁଛି ।

ପାଞ୍ଜି ଅନୁସାରେ ୨୬ ତାରିଖ ଦିନ ୧୧ଟା ୦୪ ମିନିଟ୍‌ ଠାରୁ ରାତି ୧୦ଟା ୦୫ ମିନିଟ୍‌ ପର୍ଯ୍ୟନ୍ତ ଭଦ୍ରା ଦୃଷ୍ଟି ପଡୁଛି । ସାଧାରଣତଃ ଭଦ୍ରା କାଳ ଭିତରେ ଶିବଲିଙ୍ଗ ଉପରେ ଜଳାଭିଷେକ ଅଶୁଭ ବିବେଚିତ କରାଯାଏ ।

କିନ୍ତୁ ଚଳିତ ବର୍ଷ ଭଦ୍ରା ପାତାଳ ଲୋକରେ ରହୁଥିବାରୁ ଭୂଲୋକ ଉପରେ କୌଣସି ଅଶୁଭ ପ୍ରଭାବ ପଡ଼ିବ ନାହିଁ । ଶିବରାତ୍ରୀ ଦିନ ସକାଳ ୬ଟା ୪୭ ମିନିଟ୍‌ରୁ ୯ଟା ୪୨ ମିନିଟ୍‌ ପର୍ଯ୍ୟନ୍ତ ଜଳାଭିଷେକ କରାଯିବ । ଦିନ ୧୧ ଟା ୦୬ ମିନିଟ୍‌ ରୁ ଦିନ ୧୨ ଟା ୩୫ ମିନିଟ୍‌ ପର୍ଯ୍ୟନ୍ତ, ଦିନ ୩ଟା ୨୪ ମିନିଟ୍‌ ରୁ ସନ୍ଧ୍ୟା ୬ ଟା ୦୮ ମିନିଟ୍‌ ଓ ରାତି ୮ଟା ରୁ ୧୨ଟା ୦୫ ମିନିଟ୍‌ ଭିତରେ ଜଳାଭିଷେକ କରଣୀୟ ।