ଭୁବନେଶ୍ୱର: ବୁଧବାର ‘ଦି କ୍ରାଉନ୍’ରେ ଛତୁ କନକ୍ଲେଭ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଏକ ନିଗମ, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ ଲିମିଟେଡ୍ (ଆପିକଲ୍) ଦ୍ୱାରା ଛତୁ ଚାଷକୁ ଏକ ସ୍ଥାୟୀ ଜୀବିକା ରୂପେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନତ ଉତ୍ପାଦନ କୌଶଳ, ଅମଳ ପରବର୍ତୀ ପରିଚାଳନା, ପ୍ୟାକେଜିଂ, ମୂଲ୍ୟ ବୃଦ୍ଧି ଏବଂ ଛତୁ କ୍ଷେତ୍ରରେ ବଜାର ସଂଯୋଗୀକରଣ ଉପରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଛି।
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଛତୁ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଏବଂ ସମଗ୍ର ଭାରତରେ ଉତ୍ପାଦିତ ହେଉଥିବା ଛତୁର ୧୧% ଓଡ଼ିଶାରେ ଉତ୍ପାଦିତ ହେଉଛି। ଛତୁକୁ ସୁପର ଫୁଡ୍ କୁହାଯାଏ କାରଣ ଏହା ପୁଷ୍ଟିକର, ଚର୍ବିମୁକ୍ତ, କମ୍ କୋଲେଷ୍ଟ୍ରଲ ବିଶିଷ୍ଟ ଏବଂ ଏହାର ଚାଷ ଉଭୟ ପରିବେଶ ଓ ଜଳବାୟୁ ଅନୁକୂଳ କାରଣ ଏହା ଜୈବିକ ଉପାୟରେ ହୋଇଥାଏ। ଓଡ଼ିଶା ସରକାର ଛତୁ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଗକଟଣ)
ପରେ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓଙ୍କ କରକମଳରେ ଆପିକଲ୍ ର ଏକ ନୂତନ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା ଏବଂ ଛତୁ ଉତ୍ପାଦନକାରୀଙ୍କୁ ସେମାନଙ୍କର ଉତ୍ପାଦନ ଏବଂ ପ୍ରଜନନ ୟୁନିଟ୍ ସ୍ଥାପନ ନିମନ୍ତେ କାର୍ଯ୍ୟ ଅଗ୍ରଗତି ପତ୍ର ବଂଟନ କରାଯାଇଥିଲା। ଉଦଘାଟନୀ ଅଧିବେଶନ ବ୍ୟତୀତ, ୯ ଜଣ ବିଶେଷଜ୍ଞ ବକ୍ତା ଛତୁଚାଷର ବିଭିନ୍ନ ବୈଷୟିକ ଦିଗ ଏବଂ ଏହାର ମୂଲ୍ୟ ଶୃଙ୍ଖଳା ଉପରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ଚାଷୀ ଏବଂ ଉଦ୍ୟୋଗୀ ସମ୍ପ୍ରଦାୟ ମଧ୍ୟରେ ଛତୁ ଚାଷକୁ ନେଇ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଛତୁ ଫେଡେରେସନର ସଦସ୍ୟଙ୍କ ସମେତ ସାରା ଓଡ଼ିଶାରୁ ୧୭୦ ରୁ ଅଧିକ ଛତୁ ଉଦ୍ୟୋଗୀଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା।
ଉଦଘାଟନୀ ଅଧିବେଶନ ସମୟରେ, କୃଷି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବଙ୍କ ସମେତ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ଛତୁ ଚାଷ ଏକ ସ୍ୱଳ୍ପ ଅବଧିର ଲାଭ ପ୍ରଦାନକାରୀ ଚାଷ ଏବଂ ଏହାର ପ୍ରଣାଳୀ ମଧ୍ୟ ସହଜ। ଏଥିରେ ଅନ୍ୟ ଫସଲ କିମ୍ବା ପନିପରିବା ତୁଳନାରେ କମ୍ ପାଣି ବ୍ୟବହାର ହୋଇଥାଏ।
ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଡ଼ ଭି ପି ଶର୍ମା, ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଆପିକଲର ପରିଚାଳନା ନିର୍ଦ୍ଦେଶକ, ପ୍ରଫେସର (ଡକ୍ଟର) ଅଦ୍ୱୈତ କୁମାର ପାତ୍ର, ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧ୍ୟକ୍ଷ, ଚାଷୀମାନଙ୍କ ଆୟ ଏବଂ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବାରେ ଛତୁ ଚାଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।