କଟକ: ଏବେ ଡିଜିଟାଲ ଯୁଗ । ଏଇ ଡିଜିଟାଲ ଯୁଗରେ ଆଉ ଅଧିକାଂଶ ସରକାରୀ କାମ ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଜନସେବା କେନ୍ଦ୍ର ସହାୟତାରେ ଜନସାଧାରଣ ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ବେଣ୍ଟପଦା ପଞ୍ଚାୟତର କୁଲାଗଡଠାରେ ସହଜ ଜନସେବା କେନ୍ଦ୍ରକୁ ଉଦଘାଟନ କରି ବକ୍ତାମାନେ କହିଛନ୍ତ । ବେଣ୍ଟପଦା ପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ ପଣ୍ଡା ଏଥିରେ ସଭାପତିତ୍ୱ କରିଥିଲେ । ସେବା କେନ୍ଦ୍ରର ପରିଚାଳକ ବିରଞ୍ôଚ ନାରାୟଣ ମଲ୍ଲିକ ପ୍ରାରମ୍ଭିକ ସୂଚନା ଦେଇଥ୍ଖବାବେଳେ ଅବସରପ୍ରାପ୍ତ ସ୍କୁଲ ଇନ୍ସିପେକ୍ଟର ଶ୍ରୁତିଧର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଦିପ୍ତୀମୟୀ ମଲ୍ଲିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯୋରନ୍ଦା ପଞ୍ଚାୟତର ସରପଞ୍ଚ କମଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବାବେଳେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶାଶ୍ୱତୀ ମଲିକ, ବରିଷ୍ଠ ଶିକ୍ଷାବିତ ବିଜୟ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବେଣ୍ଟପଦା ପଞ୍ଚାୟତର ସମିତିସଭ୍ୟା ରୂପା ମଲ୍ଲିକ, ୧୫ନଂ ୱାର୍ଡର ୱାର୍ଡସଭ୍ୟା ଫୁଲ ମଲ୍ଲିକ, ପବିତ୍ର କୁମାର ସାହୁ, ବିଭୁ ପ୍ରସାଦ ସେଠୀ, ମୋତି ରଞ୍ଜନ ଭଞ୍ଜ, ବାଉରୀବନ୍ଧୁ ମଲ୍ଲିକ, ଅଭିରାମ ମଲ୍ଲିକ, ଧ୍ରୁବଚରଣ ମଲ୍ଲିକ, ଅଶୋକ କୁମାର ମଲ୍ଲିକ, କାହ୍ନୁଚରଣ ମଲ୍ଲିକ, ଅନିଲ କୁମାର ମଲ୍ଲିକ, ଧିରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱ ରଞ୍ଜନ ମଲ୍ଲିକ, ଚୈତନ ମଲ୍ଲିକ, ନିର୍ମଳ କୁମାର ମଲ୍ଲିକ, ବଣ୍ଟି ମଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।