ଅଭିନେତା ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ : କଟକ ମହାନଗର ନିଗମ (ସିଏମସି) ପାଇଁ ବିଜେପି ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦଳର କଟକ ନଗର ସଭାପତି ତାଙ୍କ ନାଁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇଥିଲେ ।

ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ରାଜରାସ୍ତାକୁ ଓହ୍ଲାଇଥାନ୍ତି ଏହି ଯୁବ ନେତା । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ଅନ୍ୟପକ୍ଷରେ ବିଜେଡି କଟକରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ।