ବିଷଧର ସାପକୁ କାମୁଡ଼ିବା ପରେ ମଦ୍ୟପ ଗୁରୁତର

ବିଷଧର ସାପକୁ ପାଲଟା ଆକ୍ରମଣ କରି ଜଣେ ମଦ୍ୟପ ଏବେ ଡାକ୍ତରଖାନାରେ ମରଣ ସହ ଲଢୁଛନ୍ତି । ଘଟଣାଟି ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାରେ ଘଟିଛି ।

ଭେଙ୍କଟେଶ ନାମକ ଜଣେ ବ୍ୟକ୍ତି ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଚାଲି ଚାଲି ଯାଉଥିବା ବାଟରେ ଗୋଟିଏ ବିଷଧର ସାପ ତାଙ୍କୁ ଚୋଟ ମାରିଲା । ସାପଚୋଟ ଖାଇବା ପରେ ଭେଙ୍କଟେଶ ଆଦୌ ଡରିଲେନି ।

ବରଂ ସାପଟିକୁ ଦୁଇହାତରେ ମାଡ଼ି ବସିଲେ, ଫଣାକୁ କାମୁଡ଼ି ଦେଲେ ।

ସାପଟି ଭେଙ୍କଟେଶଙ୍କ ହାତରେ ଗୁଡ଼ାଇ ହୋଇଗଲା । ସାପଟିକୁ ହାତରେ ଧରି ଭେଙ୍କଟେଶ ଘରେ ପହଂଚିଲେ । କାହାକୁ କିଛି ନକରି ଚୁପଚାପ୍ ତାଙ୍କ ରୁମ୍ ଭିତରକୁ ପଶିଲେ ।

ମଶିଣା ପକାଇ ଗଡ଼ିପଡ଼ିଲେ, ମଣିଣା କଡ଼ରେ ସାପଟିକୁ ରଖିଦେଲେ ।

ସାପ ବିଷ ପ୍ରଭାବରେ ଭେଙ୍କଟେଶ ଚିକ୍ରାର କରିବାକୁ ଲାଗିଲେ । ପରିବାର ଲୋକମାନେ ତାଙ୍କ ନିକଟରେ ଜମା ହୋଇଗଲେ । ମଶିଣା ପାଖରେ ସାପ ଦେଖିବା ପରେ ପରିବାର ଲୋକ ସବୁ ବୁଝିଗଲେ ।

ସେମାନେ ଭେଙ୍କଟେଶଙ୍କୁ ସାଙ୍ଗରେ ଧରି ଡାକ୍ତରଖାନାରେ ପହଂଚିଲେ । ଇତି ମଧ୍ୟରେ ୨୪ ଘଂଟା ବିତିଗଲାଣି, ଭେଙ୍କଟେଶଙ୍କ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଘଟିନି ।