ଭଗତ ସିଂହଙ୍କ ଗାଁରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଅମୃତସର : ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁଠୁ ବଡ କଥା ହେଉଛି କଂଗ୍ରେସ ଦଖଲରେ ଥିବା ପଞ୍ଜାବକୁ ଏବେ ଆପ ଦଳ କବଜା କରିନେଇଛି । ଏକକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ସରକାର ଗଠନ କରିବାକୁ ଯାଉଛି ଆପ ଦଳ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆପ ପ୍ରାର୍ଥୀ ହୋଇଥିବା ଭଗୱନ୍ତ ମାନ ଖୁବଶୀଘ୍ର ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ତେବେ ଖାସ କଥା ହେଲା ରାଜଭବନରେ ଭଗୱନ୍ତ ମାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ହେବ ନାହିଁ । ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି କହିଛନ୍ତି ଭଗୱନ୍ତ ମାନ । ଅନ୍ୟପକ୍ଷରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସର ଶୋଚନୀୟ ନୈରାଶ୍ୟଜନକ ପରାଜୟ ହୋଇଛି ।