ମୁମ୍ବାଇ : ସଡକ ଦୁର୍ଘଟଣାରେ ଶିକାର ହେଲେ କଚା ବାଦାମ ଗାୟକ ଭୁବନ ବାଦକର । ସୋସିଆଲ ମିଡିଆରେ କଚା ବାଦାମ ଗୀତ ଜୋରଦାର ଭାଇରଲା ହୋଇଥିଲା । ପଶ୍ଚିମବଙ୍ଗର ଗାଁରେ ବାଦମ ବିକ୍ରି କରୁଥିବା ଭୁବନ ନିଜର କଚା ବାଦାମ ଗୀତ ଯୋଗୁଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ପରିସରରେ ଆସିଥିଲେ । ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ । ସେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭୁବନଙ୍କ ଛାତିରେ ଆଘାତ ଲାଗିଛି ବିଶେଷ ସୂତ୍ରରୁ ପ୍ରକାଶ । ନିକଟରେ ଭୁବନ ଏକ ନୂଆ କାର କିଣିଛନ୍ତି ଯାହା ସେ ସେ କାର ଚଳାଇବାକୁ ଶିଖୁଥିଲେ ।
ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି କଚା ବାଦାମ ଗୀତ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବା ପରେ ଭୁବନ ଚର୍ଚ୍ଚାକୁ ଆସିଥିଲେ ।