କ୍ଷମତାସୀନ ନେତାଙ୍କ ଗୁଣଗାନ କରେ ବିଜେପି

ବିଜେପି ସବୁବେଳେ କ୍ଷମତାସୀନ ନେତାଙ୍କୁ ମୁଣ୍ଡରେ ବସାଏ । ଖିର ଦେବା ବନ୍ଦ କରି ଦେଉଥିବା ଗାଈଟିକୁ ଗୋପାଳକ କେବେ ହେଲେ ଭଲ କରି ଦାନା ଦେବା ଦେଖିଚ? ବିଜେପି ସେହିଭଳି ଏକ ଜାତୀୟ ଦଳ ।

୧୪୩ କୋଟି ଜନତାଙ୍କ ପାଇଁ କାମ କରିବାର ବିରାଟ ହୃଦୟ ବିଜେପି ନିକଟରେ ନାହିଁ ।

ନିର୍ବାଚନ ପ୍ରଚାର କାର୍ଯ୍ୟରେ ପ୍ରାଣ ହରାଉଥିବା କର୍ମୀଙ୍କ ପାଇଁ ଟିକିଏ ହେଲେ ଦରଦ ଦେଖାଏନା ବିଜେପି । କ୍ଷମତାଚୁ୍ୟତ ବିଜେପି ନେତାଙ୍କ ପାଇଁ ଦଳୀୟ ପାଣ୍ଠିରୁ ଟଙ୍କାଟିଏ ଖର୍ଚ୍ଚ କରେନାହିଁ ବିଜେପି ।

ମୋର ୟେ କଥାଟି କେତେ ସତ, ତାହା ବିଜେପିର ପ୍ରତ୍ୟେକ ନେତା ଓ କର୍ମୀ ଭଲ ଭାବରେ ବୁଝନ୍ତୁ ।

ବିଜେପି ଭଳି ଧୋକାବାଜ ଦଳ ତା’ର ସ୍ୱାର୍ଥ ପାଇଁ ୧୪୩ କୋଟି ଜନତାଙ୍କୁ ବଳି ପକାଇ ଦେଇପାରେ । ଏ କଥାଟିକୁ ଦେଶର ପ୍ରତ୍ୟେକ ଲୋକ ଯେତେ ଜଲଦି ବୁଝିପାରିବେ, ତାହା ଦେଶ ଓ ଦଶ ପାଇଁ ମଙ୍ଗଳଦାୟକ ହେବ ।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ମୋ ପରି ଗଣମାଧ୍ୟମ ଆଦୌ ଭୁଲିନି । ନରେନ୍ଦ୍ର ମୋଦୀ ଗୁଜୁରାଟରୁ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ଭାଳିବା ଭିତରେ ବିଜୟ ରୂପାଣୀ ୫ ବର୍ଷ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

୨୦୨୫ ଜୁନ ୧୨ ତାରିଖ ଦିନ ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଘଟିଥିବା ଡ୍ରିମଲାଇନର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୬୦ ଜଣ ଯାତ୍ରୀଙ୍କ ଭିତରେ ବିଜୟ ରୂପାଣୀ ଥିଲେ । ମୃତକଙ୍କ ଭିତରୁ ବିଜୟ ରୂପାଣୀଙ୍କୁ ଚିହ୍ନଟ କରିବା କଷ୍ଟକର ଥିଲା । ଡି ଏନ୍ ଏ ରିପୋର୍ଟକୁ ଆଧାର କରି ରୂପାଣୀଙ୍କ ଦେହାବଶେଷକୁ ଚିହ୍ନଟ କରାଯାଇଥିଲା ।

ବିଜୟ ରୂପାଣୀଙ୍କ ଦେହାବଶେଷକୁ ବିରାଟ ପଟୁଆରରେ ସମ୍ମାନର ସହିତ ସହର ସାରା ବୁଲାଇ ଅନ୍ତିମ ବିଦାୟ ଦିଆଯାଇଥିଲା । ସବୁ ଆୟୋଜନ ବିଜେପି ପକ୍ଷରୁ କରାଯାଇଥିଲା । କିନ୍ତୁ ରୂପାଣୀଙ୍କ ଆଡମ୍ବରପୂର୍ଣ୍ଣ ବିଦାୟ ବାବଦ ଖର୍ଚ୍ଚ ରାଶି ପଇଠ କରିବାକୁ ପଛାଇ ଯାଇଥିଲା ବିଜେପି ।

ଏକ ଜାତୀୟ ରାଜନୈତିକ ଦଳ ପାଇଁ ସମର୍ପିତ ଚରିତ୍ରଟିଏ ବିଜୟ ରୂପାଣୀ । ବିଜେପିର ଜଣେ ଆଜ୍ଞାଧୀନ କର୍ମୀ ଭଳି ରୂପାଣୀ ତାଙ୍କ ଜୀବନଟିକୁ ସମର୍ପିତ କରିଥିଲେ । କିନ୍ତୁ ଅନ୍ତିମ ସମୟରେ ବିଜେପି ତାଙ୍କ ପାଇଁ ଟଙ୍କାଟିଏ ଖର୍ଚ୍ଚ କରି ପାରିବନି ବୋଲି ରୋକଠୋକ୍ କହି ହିସାବ ଚିଠାଟାକୁ ରୂପାଣୀଙ୍କ ପରିବାରକୁ ଧରାଇ ଦେଇଥିଲା ।

ସେହି ବିଜେପି ଆଜି ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଟିକୁ ମହା ଆଡମ୍ବରରେ ପାଳନ କରିଛି । ମୋଦୀଙ୍କ ଜନ୍ମଦିନ ପାଳନ କରିବା ପଛରେ ବିଜେପି ପକେଟରୁ କେତେ ଧନ ଯାଇଛି, ତା’ର ହିସାବ ବିଜେପି କୋଷାଧ୍ୟକ୍ଷ ଦେଇପାରିବେ ।

ଏହି ବିଜେପି ଦଳ ୭୫ ବର୍ଷ ଦ୍ୱାହି ଦେଇ ଲାଲକୃଷ୍ଣ ଆଡ଼ଭାନୀ, ମନୋହର ଜୋଷୀ, ଯଶୋବନ୍ତ ସିହ୍ନାଙ୍କ ଭଳି ବିଚକ୍ଷଣ ରାଜନେତାଙ୍କୁ ସକ୍ରିୟ ରାଜନୀତିରୁ ବାହାର କରି ଦେଇଥିଲା । ଆଜି ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆସନରୁ ହଟାଇବା ବଦଳରେ ଜନ୍ମଦିନ ପାଳନ କରିଛି ।

ବିଜେପି ଭଳି ଧୋକାବାଜ ଦଳ ଦେଶର ୧୪୩ କୋଟି ଜନତାଙ୍କ ସ୍ୱାର୍ଥରକ୍ଷା ପାଇଁ କେବେ କାମ କରିନାହିଁ କି କରିବନି । ୧୪୩ କୋଟି ଜନତାଙ୍କ ପାଇଁ କାମ କରିବାର ବିରାଟ ହୃଦୟ ବିଜେପି ନିକଟରେ ନାହିଁ ।