ଟ୍ରମ୍ପଙ୍କ ଧମକର ଜବାବ ଦେଲା ଚିନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚୀନ ଉପରେ ଶୁଳ୍କ ଲଗାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି (US-China Tariff War)। ଟ୍ରମ୍ପ ଚୀନ ଉପରେ 100 ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି, ଯାହାର ଚୀନ ତୀବ୍ର ପ୍ରତିକ୍ରିୟା ଦେଇଛି।ଚୀନ୍ କହିଛି ଯେ ସେ ମୁକାବିଲା ଅପେକ୍ଷା କୂଟନୀତିକୁ ପ୍ରାଥମିକତା ଦେବାକୁ ଚାହୁଁଛି, କିନ୍ତୁ ଯଦି ଆମକୁ ଉସୁକାଇ ଦିଆଯାଏ, ତେବେ ଆମେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବୁ ନାହିଁ।

ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଆମେରିକାକୁ ସ୍ପଷ୍ଟ ଭାବରେ ଇଙ୍ଗିତ ଦେଇଛି: “ଚୀନର ସ୍ଥିତି ସ୍ପଷ୍ଟ। ଆମେ ଏକ ଶୁଳ୍କ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ଆମେ ଏହାକୁ ଭୟ ମଧ୍ୟ କରୁନାହୁଁ।”