ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାକୁ ଚୀନର ଚେତାବନୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକାକୁ ଚୀନ ଚେତାବନୀ ଦେଇଛି । ଆମେରିକାକୁ ଚେତାବନୀ ଦେଇ ଚୀନ କହିଛି ଯେ ତାଇୱାନକୁ ସମର୍ଥନ ଜଣାଇଲେ ଆମେରିକାର ବଡଧରଣର କ୍ଷତି ହେବ ।

ସୂଚନାଯୋଗ୍ୟ ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳକୁ ତାଇପେଇ ପଠାଇଥିଲା । ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ତାଇୱାନ କହିଥିଲା ଯେ, ଚୀନ ମଧ୍ୟ ତାରି ଉପରେ ଆକ୍ରମଣ କରିପାରେ । ତାଇୱାନକୁ ଚୀନ ନିଜର ଅଂଶବିଶେଷ ମନେକରୁଛି ଏବଂ ଏହାକୁ ନିଜର ନିୟନ୍ତ୍ରଣ ଭିତରେ ରଖିବାକୁ ନିଷ୍ପତ୍ତି ନେଇଛି । ଏକ ରିପୋର୍ଟ ଅନୁସାରେ ତାଇୱାନର ବିଦେଶ ମନ୍ତ୍ରୀ ଜୋସେଫ ଜଏଣ୍ଟ ଚିଫ ଅଫ ଷ୍ଟାଫର ପୂର୍ବତନ ଆମେରିକୀୟ ଅଧ୍ୟକ୍ଷ ମାଇକ ଆଡମିରାଲ ମୁଲେନଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଟିମଙ୍କ ସ୍ୱାଗତ କରିଛନ୍ତି । ଅନ୍ୟପକ୍ଷରେ ଆମେରିକା-ତାଇୱାନ ଭିତରେ ସଂପର୍କ ଘନିଷ୍ଠ ହେବାକୁ ଯାଉଥିବାରୁ ଚୀନ ଏବେ ବିଚଳିତ ହେଉଥିବା ଜଣାପଡିଛି ।