ବୁଲଡୋଜର ମାଡରେ ସାଇକେଲ ସଫା

ଲକ୍ଷେ୍ନø: ଉତ୍ତରପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ୪୦୩ ଆସନରୁ ବିଜେପି ୨୬୩ ସିଟରେ ଆଗୁଆ ରହିଛି । ସେପଟେ ସମାଜବାଦୀ ପାର୍ଟି ୧୩୧ ଆସନ, କଂଗ୍ରେସ ୨, ବଏସପି ୧ ଓ ଅନ୍ୟାନ୍ୟ ୨ଟି ସିଟରେ ଆଗୁଆ ଅଛି । ଦୀର୍ଘ ୩୬ ବର୍ଷ ପରେ ଉତ୍ତରପ୍ରଦେଶରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିପରି ଅଖିଳେଶ ଯାଦବଙ୍କ ପାର୍ଟି ସପା ଦଳକୁ ବଡ ଝଟକା ଲାଗିଛି । ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଗତ ନିର୍ବାଚନରେ ପାଇଁ ଆସନରୁ ଅଧା ଆସନ ପାଇ ବହୁ ପଛରେ ପଡିଛି । ତାଙ୍କ ଦଳ ଆଶା କରିଥିବା ଆସନ ଠାରୁ କମ ଆସନ ପାଇବାକୁ ସକ୍ଷମ ହୋଇଛନ୍ତି ।