ଚିନ୍ତାରେ ଖାଉଟି: ଯୁଦ୍ଧ ଲାଗି ତେଲ ମହଙ୍ଗା!

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତେବେ ରୁଷ ସେନା ପକ୍ଷରୁ ଲଗାତର ଭାବେ ୟୁକ୍ରେନ ଆକ୍ରମଣ କରିଚାଲିଛି । ତେବେ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱ ଉପରେ ପଡୁଛି । ଏବେ ସମସ୍ତ ସାମଗ୍ରୀ ଦାମ ବଢିବାରେ ଲାଗିଛି । ସେହିପରି କ୍ରୁଡ ଅଏଲ ଦାମ ଅହେତୁକ ଭାବେ ବୃଦ୍ଧି ଏବେ ସିଧାସଳଖ ଭାବେ ଖାଉଟିଙ୍କ ଉପରେ ପଡୁଛି । ଏହାରି ମଧ୍ୟରେ ଭାରତରେ ଖାଇବା ତେଲ ଦର ଲଗାତାର ଭାବେ ବୃଦ୍ଧି ପାଇପାରେ ଲାଗିଛି । ସେହିପରି ଏହାରି ଭିତରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଯାଇଥିବାରୁ ଭାରତରେ ପାମ ଅଏଲ, ସନଫ୍ଲାୱାର ଅଏଲ, ସୋୟା ଏବଂ ବନସ୍ପତି ତେଲ ଦାମ ଲଗାତର ଭାବେ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଏହି ଦର ବୃଦ୍ଧିକୁ ନେଇ ସମୀକ୍ଷା କରୁଛନ୍ତି କେନ୍ଦ୍ର ସରକାର । ଏକ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦରଦାମ ବୃଦ୍ଧି ନେଇ ସମୀକ୍ଷା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ଅନେକ ତେଲ କମ୍ପାନୀ ୧୦ରୁ ୩୬ ଟଙ୍କା ଯାଏଁ ବୃଦ୍ଧି କରିସାରିଲେଣି । ଦିଲ୍ଲୀରେ ପୂର୍ବରୁ ୧୩୨ ଟଙ୍କାରେ ବିକ୍ରି ହେଉଥିବା ପାମ୍‌ ଅଏଲ ଏବେ ୧୬୦ରେ ପହଞ୍ôଚଛି । ସେହିପରି ଦେଶର ବିଭିନ୍ନ ସ୍ଥାନରେ ସନଫ୍ଲାୟାର ତେଲ ଦର ୬ରୁ ୩୧ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇବା ସହ ଓଡିଶାରେ ମଧ୍ୟ ତେଲ ଲିଟର ପିଛା ୩୦ ଟଙ୍କା ବୃଦ୍ଧି ପାଇଛି ।