ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ତାଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି । ସୂଚନାଯୋଗ୍ୟ ଯେ, ଏକ ଇଭେଣ୍ଟରେ ଯୋଗ ଦେଇନଥିବାରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ରିପୋର୍ଟ ଅନୁଯାୟୀ ଏକ କାର୍ଯ୍ୟକ୍ରମ ପାଇଁ ସୋନାକ୍ଷୀଙ୍କୁ ୩୭ ଲକ୍ଷ ଟଙ୍କା ନେଇଥିଲେ । ହେଲେ ସୋନାକ୍ଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଯେଉଁଥିପାଇଁ କାର୍ଯ୍ୟକ୍ରମ ଆୟୋଜକ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ । ଅଭିଯୋଗ ଅନୁସାରେ ସୋନାକ୍ଷୀଙ୍କ ମ୍ୟାନେଜର ଇଭେଣ୍ଟ ଆୟୋଜକଙ୍କୁ ଟଙ୍କା ମାଗିବାରୁ ସେ ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏନେଇ ସେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି ଇଭେଣ୍ଟ ଆୟୋଜକ । ଏହି ମାମଲାରେ ସୋନାକ୍ଷୀଙ୍କୁ ପୋଲିସ ଷ୍ଟେସନ୍ ଆସିବାକୁ କୁହାଯାଇଥିଲା । କିନ୍ତୁ ସେ ଏଥିରେ ପୋଲିସକୁ ସହଯୋଗ କରୁନଥିବା ଅଭିଯୋଗ ହୋଇଥିଲା । ପରେ ଏବେ ଠକେଇ ଅଭିଯୋଗରେ ସୋନାକ୍ଷୀ ସିହ୍ନା ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛି ।