ନିଖୋଜ ଟ୍ରାଫିକ୍ କନଷ୍ଟେବଲଙ୍କ ଗଳିତ ଶବକୁ କେନ୍ଦୁଝର ପୁଲିସ ସହାୟତାରେ ଉଦ୍ଧାର କରିଛି କମିଶନରେଟ୍ ପୁଲିସ । ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କର୍ମଚାରୀ ଶୁଭମିତ୍ରାଙ୍କ ମୃତଦେହ ମିଳିଛି ଘଟଗାଁ ଅଂଚଳରୁ ।
ଶତାଧିକ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ କମିଶନରେଟ୍ ପୁଲିସ ଜେସିବି ଲଗାଇ ମାଟି ଖୋଳିବା ପରେ ଶୁଭମିତ୍ରାଙ୍କ ଗଳିତ ଶବକୁ ପାଇଥିଲା ।
ଶୁଭମିତ୍ରାଙ୍କ ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ଯାଇ ପହଂଚିଥିଲା ଟ୍ୱିନ୍ ସିଟି ପୁଲିସ କମିଶନର କାର୍ଯ୍ୟାଳୟର କିରାଣୀ ଦୀପକ ରାଉତଙ୍କ ନିକଟରେ ।
ପୁଲିସ କହିଛି, ଦୀପକ ଶୁଭମିତ୍ରାଙ୍କ ଗଳା ଚିପି ମାରି ଦେବା ପରେ ତାଙ୍କ ମୃତଦେହକୁ ଗୋଟିଏ କାର ସହାୟତାରେ ଘଟଗାଁ ଜଙ୍ଗଲକୁ ନେଇଥିଲା । ସେଠାରେ ମୃତଦେହକୁ ପୋତି ଦେଇଥିଲା ।
ଶୁଭମିତ୍ରାଙ୍କୁ ଗୁପ୍ତରେ ବିବାହ କରି ତାଙ୍କ ନାମରେ ଥିବା ବୀମା ଟଙ୍କା ପାଇବା ଦୀପକଙ୍କର ଯୋଜନା ଥିଲା । ଯୋଜନା ମୁତାବକ ଦୀପକ ଶୁଭମିତ୍ରାଙ୍କୁ କୋର୍ଟ ମ୍ୟାରେଜ କରିଥିଲେ ।
ମାରିବା ପରେ ବୀମା ବାବଦକୁ ୨୦ ଲକ୍ଷ ଟଙ୍କା ହାସଲ କରିଥିଲେ । ମୃତ ଶୁଭମିତ୍ରାଙ୍କ ଘର ଜଗତସିଂପୁର ଜିଲ୍ଲାର ପାରାଦୀପ ଅଂଚଳରେ । ସେ ସେପ୍ଟେମ୍ବର ୬ ତାରିଖରୁ ନିଖୋଜ ଥିଲେ ।