ପୁରୁଣା ମାମଲାରେ ଦିଗବିଜୟଙ୍କୁ ଜେଲ ଦଣ୍ଡ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମଚନ୍ଦ୍ର ଗୁଡୁଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଏକ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି ଇନ୍ଦୋରର ସ୍ୱତନ୍ତ୍ର ଅଦାଲତ । ଏହା ସହିତ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ୨୦୧୧ରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯିବା ସୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ତତ୍କାଳୀନ ଉଜୈନ ସାଂସଦ ପ୍ରେମଚନ୍ଦ୍ର ଗୁଡ୍ଡୁ ଓ ସାତ ଜଣ ଅନ୍ୟ ଲୋକଙ୍କର ବିଜେପି କର୍ମୀଙ୍କ ସହିତ ବିବାଦ ହୋଇଥିଲା । ଏହି ମାମଲାରେ ବିଜେପି କର୍ମୀମାନେ ଦିଗବିଜୟ ସିଂହ, ପ୍ରେମଚନ୍ଦ୍ରଙ୍କ ସମେତ ୯ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଜନପ୍ରତିନିଧିଙ୍କ ଶୁଣାଣି ପାଇଁ ଗଠିତ ସ୍ୱତନ୍ତ୍ର ନ୍ୟାୟଳୟ ଇନ୍ଦୋରରେ ଶନିବାର ସେହି ମାମଲାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗିବିଜୟ ସିଂହ, ତତ୍କାଳୀନ ସାଂସଦ ପ୍ରେମଚନ୍ଦ୍ରଙ୍କ ସମେତ ୬ ଜଣଙ୍କୁ ଦଣ୍ଡ ମିଳିଛି ।