ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ବରଗଡ(ସାକ୍‌ସୀ ନ୍ୟୁଜ୍‌): ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ଶକ୍ତିଶ୍ରୀ ” ମହିଳା ସଶକ୍ତିକରଣ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ନିଶା ନିବାରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ନିଶା ସେବନର କୁ ପରିଣାମ ସମ୍ପର୍କରେ ଏକ ଦୀର୍ଘ ବକୃତା ହୋଇଥିଲା। ପାଇକମାଳ ସି. ଏଚ୍. ସି. ର ମେଡିକାଲ ଅଫିସର ଡ. ଅଭିଳାଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକାର ନିଶା ସେବନ ସ୍ୱାସ୍ଥ୍ୟ ପ୍ରତି କେତେ କୁ ପ୍ରଭାବ ପକାଉଛି ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ନିଶା ସେବନରୁ କ୍ଷାନ୍ତ ହେବା ପାଇଁ ଉପଦେଶ ଦେଇଥିଲେ ।

ଅଧ୍ୟକ୍ଷ ଶ୍ରୀ ବାରିକ ମଧ୍ୟ ନିଶା ଠାରୁ ଦୂରେଇ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ। ଶକ୍ତି ଶ୍ରୀ ସଂଯୋଜିକା ମୀନା କୁମାରୀ ସାହୁ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ। ପ୍ରଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ , ପ୍ରଦୀପ କୁମାର ଦେୱାନ , ଦେବାଶିଷ ଭଏନା ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ଝରଣା ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭାଟିକୁ ସଫଳ କରିବାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।