ବାଣ ନେଲା ଦୁଇଟି ଜୀବନ, ପୋଡ଼ିଲା ଲକ୍ଷାଧିକ ସମ୍ପତ୍ତି
ଦୀପାବଳି ମହୋତ୍ସବ ପାଳନ ଅବସରରେ ବାଣ ଫୁଟାଇବା ମଜା କେତୋଟି ପରିବାର ପାଇଁ ମହଙ୍ଗା ପଡ଼ିଛି । ପୁରୀ ଜିଲ୍ଲାର ଜଣେ ଯୁବକ ବାଣ ନିଆଁରେ ଅଧା ପୋଡ଼ା ହୋଇ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଛନ୍ତି । ବାଣଫୁଟାର ଶିକାର ହୋଇ ଭୁବନେଶ୍ୱରସ୍ଥିତ ରାଜଧାନୀ ହସ୍ପିଟାଲରେ ୧୫ ଜଣରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଦୁଇଜଣଙ୍କୁ ଭର୍ତ୍ତି କରାଯାଇଛି ।
ବାଣ ନିଆଁରେ ଲକ୍ଷାଧିକ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ନାବାଳକଙ୍କ ସମେତ ୮ ଜଣ ଭର୍ତ୍ତି ହୋଇଛନ୍ତି ।
ରାୟଗଡ଼ା ଜଗନ୍ନାଥ ମନ୍ଦିର ସାହିରେ ଜଣେ ବେପାରୀ ବାଣ ବିକୁଥିଲେ । ତା’ ସହିତ ବୋତଲରେ ପେଟ୍ରୋଲ ରଖି ବିକୁଥିଲେ । କୌଣସି କାରଣରୁ ବାଣ ଦୋକାନରେ ନିଆଁ ଲାଗିଗଲା । ବାଣ ଓ ପେଟ୍ରୋଲ ଏକାକାର ହୋଇଯିବାରୁ ସଂପୃକ୍ତ ଅଞ୍ଚଳଟି ମଶାଣି ପାଲଟି ଯାଇଛି ।