ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା

ପଞ୍ଜାବ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା ଲାଗିଛି । କ୍ୟାପ୍‌ଟେନ ଅମରିନ୍ଦର ସିଂହ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଶୋଚନୀୟ ଭାବେ ପରାସ୍ତ ହେବା ସହ ଆପ ପ୍ରାର୍ଥୀ ଅଜିତ ପାଲ ସିଂହ ବିଜୟ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ପ୍ରାୟ ୨୦ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ।

ଅନ୍ୟପକ୍ଷରେ ଦୁଇଥରର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପ୍‌ଟେନଙ୍କୁ ଆପ ପ୍ରାର୍ଥୀ ଅଜିତ ପାଲ ସିଂହ ହରାଇ ନୂଆ ରେକର୍ଡ କରିଛନ୍ତି । ସୂଚନାଯୋଗ୍ୟ ଯେ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ କଂଗ୍ରେସରେ ଦୀର୍ଘ ଦଶନ୍ଧି ଧରି ରହିଥିଲେ । ହେଲେ ପଞ୍ଜାବ କଂଗ୍ରେସରେ ତିକ୍ତତା ଆରମ୍ଭ ହେବାରୁ ସେ ଦଳ ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ସେ ୨୦୨୨ ନିର୍ବାଚନ ପୂର୍ବରୁ ନିଜର ଗୋଟିଏ ଦଳ ଗଠନ କରିବା ସହ ବିଜେପି ସହ ମେଣ୍ଟ କରିଥିଲା । ଅନ୍ୟପକ୍ଷରେ ପଞ୍ଜାବରେ ଆପ ସରକାର ଗଠନ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି ।