ଅଜଣା ଫାଇଟର ରୁଷର ୭ ଯୁଦ୍ଧ ବିମାନ ଖସାଇଲାଣି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହାସହ ରୁଷ ସୈନିକ ମଧ୍ୟ ଗୋଟିଏ ପରେ ଗୋଟିଏ ସହର ଦଖଲ କରୁଛନ୍ତି । ଏହା ଭିତରେ ଅନେକ ଗଣମାଧ୍ୟମ ୟୁକ୍ରେନକୁ ରକ୍ଷା କରୁଥିବା ଏକ ଅଜଣା ଫାଇଟର ବାବଦରେ ଖବର ଭାଇରାଲ ହେବା ଲାଗିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୟୁକ୍ରେନ ପାଇଲଟ ନିର୍ଭୟ ଭାବେ ଆକାଶରେ ଚକିତ କଲା ଭଳି କାମ କରୁଛନ୍ତି । ସେ ରୁଷର ୭ଟି ଯୁଦ୍ଧ ବିମାନକୁ ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଜଣେ ୟୁକ୍‌ରେନ ପାଇଲଟ ୭ଟି ରୁଷ ବିମାନକୁ ଖସାଇ ଦେଇଛନ୍ତି । ଏହି ପାଇଲଟଙ୍କୁ ଘୋଷ୍ଟ ଅଫ କିଭ କୁହାଯାଉଛି । ସେହିପରି ସୋସିଆଲ ମିଡିଆରେ ୟୁକ୍ରେନ ପାଇଲଟଙ୍କ ଅନେକ ଭିଡିଓ ସେୟାର କରାଯାଇଛି । ଏଥିରେ ମିଗ-୨୯ଟି ରୁଷର ଏକ ବିମାନକୁ ପିଛା କରି ଧ୍ୱଂସ କରିଦେଉଛି ।